ହାପି ଭେଲ୍ଲୀ ଚିଲଡ୍ରେନ ହୋମ୍‌ ଡକାୟତି ଘଟଣାରେ ୪ ଡକାୟତ ଗିରଫ

0 109

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମାଲିକାପୋଡି ପଞ୍ଚାୟତର ବାଡେନାଜୁ ସ୍ଥିତ ହେପି ଭେଲ୍ଲୀ ଚିଲଡ୍ରେନ ହୋମ ପରିସରରେ ଗତ ୨ତାରିଖ ରାତିରେ ହୋଇଥିବା ଡକାୟତି ଘଟଣାରେ ୪ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଡକାୟତ ସମୟରେ ବ୍ୟବହୃତ ଦୁଇଟି ବାଇକ, ଚାରି ଗୋଟି ମୋବାଇଲ ଜବତ କରିବା ସହ ଲୁଟ ସୁନା ଚେନ ଏବଂ ଦୁଇ ହଜାର ଟଙ୍କା ଉଦ୍ଧାର କରିଛି ଘୁ.ଉଦୟଗିରି ପୋଲିସ । ସୂଚନାନୁସାରେ ୨ତାରିଖ ରାତିରେ ହାପି ଭେଲ୍ଲୀ ଚିଲଡ୍ରେନ ହୋମରେ ୪ଜଣ ମୁଖାଧାରୀ ଯୁବକ ହାତରେ ଭୁଜାଲି ଧରି ଘରଭିତରେ ପଶି ଭୟଭୀତ କରି ବନବାସିନୀ ରାଉତ ବେକରେ ପିନ୍ଧିଥିବା ୩ ତୋଳାର ଏକ ସୁନା ଚେନ ସହ ଦୁଇ ହାଜର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଥାନାରେ ଏହି ଘଟଣାକୁ ନେଇ ଲିଖିତ ଅଭିଯୋଗ ପ୍ରକାରେ ଥାନା କେଶ ନଂ୮୩/୨୩ରେ ଆଇଆଇସି ଅଜୟ କୁମାର ସ୍ୱାଇଁ ଏକ ମାମଲା ରୁଜୁ କରି ଥାନା ଏସଆଇ ଅନନ୍ତ କୁମାର ପ୍ରଧାନଙ୍କୁ ତଦନ୍ତ ଦାୟିତ୍ୱ ପ୍ରଦାନ କରିଥିଲେ । ତଦନ୍ତକାରୀ ଅଧିକାରୀ ଡକାୟତିର ବିଭିନ୍ନ ଦିଗକୁ ଅନୁଧ୍ୟାନ କରିବା ପରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ସେହି ଅନୁଷ୍ଠାନରେ କାର୍ଯ୍ୟରତ ରାତ୍ର ଜଗୁଆଳି ପୁଷ୍ପକ ପ୍ରଧାନକୁ ସନ୍ଦେହ କରି ତଦନ୍ତ ଆରମ୍ଭ କରି ଡକାୟତର ମାଷ୍ଟ୍ରର ମାଇଣ୍ଡ ପୁଷ୍ପକ ସମେତ ଚାରି ଜଣଙ୍କୁ ଦାରିଙ୍ଗବାଡିର ବିଭିନ୍ନ ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆଇଆଇସି ଅଜୟ ସ୍ୱାଇଁ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ୪ଜଣ ଅଭିଯୁକ୍ତ ହେଲେ ଦାରିଙ୍ଗବାଡି ଥାନା ଅନ୍ତର୍ଗତ କିଲାବାଡି(ଗ୍ରୀନବାଡି)ର ପୁଷ୍ପକ ପ୍ରଧାନ(୩୮), ସିପୁବାଡି(ଦାସିଙ୍ଗବାଡ଼ି)ର ରମେଶ ଚନ୍ଦ୍ର ପ୍ରଧାନ(୪୩), ସଙ୍ଗାରିମାହା(ଗ୍ରୀନବାଡି)ର ସୁନିବ ପ୍ରଧାନ ଏଲିଅସ ମୁନା(୨୬) ଏବଂ ତପପାଙ୍ଗା(ଗ୍ରୀନବାଡ଼ି)ର ବାମଦେବ ପ୍ରଧାନ(୫୫)କୁ ଗିରଫ କରିବା ସହ ହୋଣ୍ଡା ସିଟି ହୋରନେଟ ବାଇକ ନଂ ଓଡି୦୭ଜେଡ୍‌ ୦୩୩୯ ଏବଂ ହୋଣ୍ଡା ସାଇନ ନଂ ଓଡି୧୨ଇ୦୨୦୭ ବାଇକ ସହ ୪ଗୋଟି ମୋବାଇଲ ଜବତ କରିବା ସହ ଲୁଟ ସୁନା ଚେନ ଏବଂ ଦୁଇ ହଜାର ଟଙ୍କା ଉଦ୍ଧାର କରି ୪ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଗିରଫ ୪ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଅଭିଯୁକ୍ତ ପୂର୍ବରୁ କନ୍ଧମାଳ ଜିଲ୍ଲାର କୋଟଗଡ, ଦାରିଙ୍ଗବାଡି ଏବଂ ବାଲିଗୁଡା ଥାନା ଅଞ୍ଚଳରେ ଡକାୟତି ମାମଲାରେ ଗିରଫ ହୋଇ ଜେଲ ଯାଇ ଫେରିଥିବା ବେଳେ ଏହି ଘଟଣାର ମାଷ୍ଟର ମାଇଣ୍ଡ ଚିଲଡ୍ରେନ ହୋମର ରାତ୍ର ଜଗୁଆଳି ଅନ୍ୟ ଅଭିଯୁକ୍ତଙ୍କୁ ସାମିଲ କରି ଡକାୟତି କରିଥିଲେ ।

hiranchal ad1
Leave A Reply

Your email address will not be published.

14 − 8 =