ଫୁଲବାଣୀ: ମାଓବାଦୀ ମାନଙ୍କ ସହୀଦ ସପ୍ତାହ ପୂର୍ବରୁ କନ୍ଧମାଳରେ ଲାଗିଲା ମାଓ ବ୍ୟାନର । ଆସନ୍ତାକାଲି ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଲାଲ୍ ବାହୀନି ସହିଦ୍ ସପ୍ତାହ ପାଳନ କରୁଛି । ଏହି ସମୟ ମଧ୍ୟରେ ମାଓବାଦୀ ମାନେ କିଛି ଅଘଟଣ ଘଟାନ୍ତି ।ଏହି ସପ୍ତାହ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ମାଓବାଦୀଙ୍କ ସହୀଦ ସପ୍ତାହକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ମାଓ ପ୍ରବଣ ଅଂଚଳରେ କୁମ୍ବିଂ କରିବା ସହ କଡ଼ା ସୁରକ୍ଷା ମଧ୍ୟ ଗ୍ରହଣ କରାଯାଇଛି । ଆଜି ଫିରିଙ୍ଗିଆ ଥାନା ଅନ୍ତର୍ଗତ ପାଇରାଜୁ ଓ ଗୋଛାପଡ଼ା ନିକଟ ବ୍ରିଜରେ ମାଓ ବ୍ୟାନର ଓ ପୋଷ୍ଟର ଦେଖିବାକୁ ମିଳିଛି । ଏହି ସପ୍ତାହକୁ ମାଓ ସଂଗଠନ ସହିଦ ସପ୍ତାହ ପାଳନ କରିବାକୁ ଏହି ବ୍ୟାନରରେ ଉଲ୍ଲେଖ ରହିଛି । ବ୍ୟାନର ଲାଗିବା ଫଳରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।