ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ କେରାଣ୍ଡି ପଞ୍ଚାୟତର କେରାଣ୍ଡି ଓ ଡାଲିମ୍ବ ପୁରଗ୍ରାମକୁ ସଂଯୋଗି କରଣ ସକାଶେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅସ୍ଥାୟୀ ରାସ୍ତାଟି କାମ ଚାଲିଥିବାର ଦେଖିବାକୁ ମିଳିଛି । ଯାହା ଫଳରେ ଏହି ରାସ୍ତାଟି ତିନୋଟି ଗ୍ରାମ ରାଟେଣି, ଅମରା,ଡାଲିମ୍ବ ପୁରକୁ ସଂଯୋଗୀ କରଣ ହୋଇ ପାରିବ । ଏହି ରାସ୍ତା ଦେଇ ସହରକୁ ନିଜର ଜୀବନ ଜୀବିକା,ଶିକ୍ଷା,ସ୍ୱାସ୍ଥ୍ୟ ପାଇଁ ତିନୋଟି ଗ୍ରାମର ଗ୍ରାମବାସୀ ଯାତାୟାତ କରୁଥିଲେ ।ବର୍ତ୍ତମାନ ଏହି ରାସ୍ତା ସଂଯୋଗୀ କରଣ ହେଲେ ଗ୍ରାମ ବାସି ଯାତାୟାତ କରିପାରିବେ । ଡାଲିମ୍ବପୁର ଅମରା ଗ୍ରାମକୁ ଯିବା ସକାଶେ ବିଜୁ ସେତୁ ଯୋଜନାରେ ଏକ ସେତୁ ନିର୍ମାଣ ହେଉଛି । ପ୍ରକାଶ ଥାଉକି ଜନ ସାଧାରଣଙ୍କ ଯାତାୟାତ ନିମନ୍ତେ ଏକ ଅସ୍ଥାୟୀ ମାଟି ରାସ୍ତାଟି ତିଆରି ହୋଇଥିଲା ତାହା ଲଗାଣ ବର୍ଷା ଯୋଗୁଁ ଭାସି ଯାଇଥିଲା ଯାହା ଫଳରେ ଗ୍ରାମବାସୀ ଯାତାୟାତରେ ଅସୁବିଧା ସମ୍ମୁଖୀନ ହେଉଥିଲେ ।ବର୍ତ୍ତମାନ ସେହି ରାସ୍ତାଟିକୁ ସଂଯୋଗି କରଣ ସକାଶେ ବିଭାଗ ପକ୍ଷରୁ କାମ ଚାଲିଥିବାର ଦେଖିବାକୁ ମିଳିଛି । ଏହି ରାସ୍ତା କାମଟି ସମ୍ପୂର୍ଣ୍ଣ ହେଲେ ଗ୍ରାମବାସୀ ଉପକୃତ ହୋଇପାରିବେ ।