ଗଛ ପଡି ଇନୋଭ ଦୁର୍ଘଟଣା, ଅଳ୍ପକେ ବଞ୍ଚିଲେ ୬ ଯାତ୍ରୀ

0 309

ହରଭଙ୍ଗା,୧/୮. ଖୋର୍ଦ୍ଧା -ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ଅଦିନିଆ ବର୍ଷାରେ ଏକ ବିରାଟ ଗଛ ଭାଙ୍ଗିଯିବାରୁ ଏକ ଇନୋଭ ଦୁର୍ଘଟଣା ହୋଇଥିବା ସହ ଗାଡ଼ିରେ ଥିବା ୬ ଯାତ୍ରୀ ମରଣମୁହଁରୁୁ ଫେରିଥିବା ଭଳି ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଆଜି ଦିନତମାମ ହରଭଙ୍ଗା ବ୍ଲକରେ ଭୀଷଣ ବର୍ଷା ଲାଗି ରହିଛି । ଏଥିସହ ଖୋର୍ଦ୍ଧା -ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ହରଭଙ୍ଗା ବ୍ଲକ ରାମ୍ଭିକଟା ନିକଟରେ ଭୁବନେଶ୍ୱରରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ଏକ ଇନୋଭା କାର ଗଛ ଭାଙ୍ଗି ଉପରେ ପଡ଼ିଥିବା ଫଳରେ ଡ୍ରାଇଭରର ଉପସ୍ଥିତ ବୁଦ୍ଧି ଯୋଗଁ ଗାଡ଼ିରେ ସାମାନ୍ୟ ଆଘାତ ହୋଇ ରାସ୍ତା ସାଇଟକୁ ଯାଇ ଅଟକିଥିଲା । ଫଳରେ ଗାଡ଼ିରେ ଥିବା ଛଅଯାତ୍ରୀ ମରଣ ମୁଖରୁ ବଞ୍ଚି ଯାଇଥିଲେ । ଅନ୍ୟପଟେ ଗଛ ପଡି ରାଜପଥ ଅବରୋଧ ହୋଇଯିବାରୁ ଯାତାୟତ ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇଥିଲା । ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେବାରୁ ଅଗ୍ନିଶମ ପହଞ୍ଚି ଗଛ କାଟି ରାସ୍ତା ପରିଷ୍କାର କରିବା ଫଳରେ ଯାତାୟତ ସ୍ୱାଭାବିକ ହୋଇଥଲା ।

hiranchal ad1
Leave A Reply

Your email address will not be published.

five × one =