ବୌଦ୍ଧରେ ସମ୍ବଲପୁରୀ ଦିନ ପାଳିତ

0 299

ବୌଦ୍ଧ: ପଶ୍ଚିମାଞ୍ଚଲ ଏକତା ମଞ୍ଚ ଓ ଆର୍ଟିଷ୍ଟ ଆସୋସିଏସନ ମିଳିତ ଆନୁକୂଲ୍ୟରେ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂଯୋଜକ ଦେବାଶିଷ ପୁରୋହିତ, ସଭାପତି ବିଶ୍ୱଜିତ ସାହୁ, ପୋଗ୍ରାମ କୋଡିନେଟର ସୀତାକାନ୍ତ ସିଂ, ସମ୍ପାଦକ ତ୍ରିଶୂଲ ଭାଇ ମା’ ଭୈରବୀଙ୍କ ଠାରେ ପ୍ରଦୀପ ପଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ସେଲିବ୍ରିଟି ଭାବେ କମେଡିଆନ ଯୋଜ, ନିର୍ଦ୍ଦେଶକ ମନୋଜ ମିଶ୍ର, କଳାକାର ଚିନ୍ମୟ ମିଶ୍ର, ନିର୍ଦ୍ଦେଶକ ବନମାଳୀ ରଣା, ଅଭିନେତ୍ରୀ ମମତା ନନ୍ଦ ଯୋଗଦାନ କରି ଦର୍ଶକମାନଙ୍କୁ ନିଜର କଳା ପ୍ରଦର୍ଶନ କରି ବିମୁଗ୍ଧ କରିଥିଲେ । ସମସ୍ତେ ସମ୍ବଲପୁରୀ ପୋଷାକ ପରିଧାନ କରି ଢୋଲ ନିଶାନ ତାସା ର ତାଳେ ତାଳେ ନାଚି ଉଠୁଥିଲେ । ଶହ ଶହ ସଂଖ୍ୟାରେ କଳାକାର, କବି,କଣ୍ଠଶିଳ୍ପୀ ଓ ଜିଲ୍ଲାର ସମସ୍ତ ଜନସାଧାରଣ ଏଥିରେ ସାମିଲ ହୋଇ ରଙ୍ଗ ବେରଙ୍ଗର ପୋଷାକ ଶାଢୀ ପରିଧାନ କରି ନିଜକୁ ସଜାଇଥିଲେ ।ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର, ତହସିଲଦାର ପ୍ରୀତିବାଳା ରଣା, ବିପ୍ର ଚରଣ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂ ଯୋଗ ଦେଇ ସମ୍ବଲପୁରୀ ଦିନର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଉପରେ ନିଜ ନିଜ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ଗୋପାଳକୃଷ୍ଣ ବେହେରା, ପ୍ରେମଜୀତ ଝାଙ୍କର, ମାନସ ମିଶ୍ର, ଫକୀର, ଟ୍ୱିଙ୍କିଲ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ବଲପୁରୀ ଗୀତ, ନାଚରେ ଆବାଳ, ବୃଦ୍ଧ, ବନିତା ସାମିଲ ହୋଇଥିଲେ । ସମସ୍ତ କାର୍ଯ୍ୟକର୍ତ୍ତା, କଳାକାର, ଅତିଥି, ଦର୍ଶକମାନେ ସମ୍ବଲପୁରୀ ବସ୍ତ୍ର ପିନ୍ଧିଥିଲେ । ଏହି ଅବସରରେ ଅତିଥିମାନଙ୍କୁ ଉପ ଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା । ସମସ୍ତ କଳାକାରମାନଙ୍କୁ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରିବା ସହିତ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଆସନ୍ତା ବର୍ଷମାନଙ୍କରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ କରିବା ପାଇଁ ପଦକ୍ଷେପ ନେବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି ।

hiranchal ad1
Leave A Reply

Your email address will not be published.

six − 3 =