ଦଶପଲ୍ଲା ପଶ୍ଚିମାଞ୍ଚଳରେ ୮ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ

0 525

ଦଶପଲ୍ଲା : ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇଛି । ଦଶପଲ୍ଲା ବ୍ଲକ ନୂଆଗାଁ ପଞ୍ଚାୟତର ଦୋଳମୁଣ୍ଡାଇ ଠାରେ ରାସ୍ତା ଧୋଇ ଯିବାରୁ ପ୍ରାୟ ୮ ଖଣ୍ଡ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡ଼ିଥିବା ସୂଚନା ମିଳିଛି । ଠୁକେଇ ନାଳ ଓ କଳସା ନାଳରେ ଜଳସ୍ତର ବୃଦ୍ଧି ହେବାରୁ ଦୋଳମୁଣ୍ଡାଇ ରାସ୍ତାଟି ଧୋଇ ହୋଇ ଯାଇଛି । ଫଳରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଦୋଳମୁଣ୍ଡାଇ, ଭୋଗବାଡି, ବିଜୁଳିବନ୍ଧ, ବଡତଇଲା, ମିନାଗାଡୁ, ଲିଙ୍ଗୀରିସାହି, ଶିରିସାବାଡ଼ି, ବିରାପାଜୁ ଭଳି ଗ୍ରାମ ଗୁଡିକୁ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଛି । ଏକ ମାତ୍ର ଏହି ରାସ୍ତା ଉପରେ ଅଞ୍ଚଳବାସୀ ଯାତାୟତ ପାଇଁ ନିର୍ଭର କରିଥାନ୍ତି । ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ପଞ୍ଚାୟତ ମୁଖ୍ୟାଳୟକୁ ଯିବା ପାଇଁ ଏହି ରାସ୍ତାକୁ ଭରସା କରୁଥିଲେ । ରାସ୍ତାଟି ଧୋଇ ଯିବାରୁ ଗ୍ରାମଗୁଡିକ ଏକ ପ୍ରକାର ବିଚ୍ଛିନ୍ନାଞ୍ଚଳ ପାଲଟିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

three + 18 =