ଲୁଣିବାହାଲ ଠାରେ ନୂତନ ଏଟିଏମ ଉଦଘାଟିତ

0 50

ହରଭଙ୍ଗା,୭/୮:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ଲୁଣିବାହାଲ ଠାରେ ସୋମବାର ବ୍ୟାଙ୍କ ଅଫ୍‌ ବରୋଦାର ଏକ ନୂତନ ଏଟିଏମ କାଉଣ୍ଟର ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଲୁଣିବାହାଲ ସରପଞ୍ଚ ଶ୍ରୀମତୀ ଚନ୍ଦ୍ରମା ପ୍ରଧାନ ଯୋଗଦେଇ ଉଦଘାଟନ କରିଥିବାବେଳେ ଲୁଣିବାହାଲ ବ୍ୟାଙ୍କ ଅଫ୍‌ ବରୋଦା କିଓସ୍କୋ ପରିଚାଳକ ଧୀରେନ୍‌ ପ୍ରଧାନ, ସାମାଜସେବୀ ସୁବାସ ପ୍ରଧାନ, ସନ୍ତୋଷ ପ୍ରଧାନ, ମନରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଉଦଘାଟିତ ଏଟିଏମରୁ ପ୍ରଥମେ ସରପଞ୍ଚ ଶ୍ରୀମତୀ ପ୍ରଧାନ ଟଙ୍କା ଉଠାଣ କରିଥିଲେ । ପୂର୍ବରୁ କିଓସ୍କୋ ବ୍ୟାଙ୍କ୍‌ ହେବା ଦ୍ୱାରା ବ୍ୟାଙ୍କ ସୁବିଧା ସୁଯୋଗ ପାଉଥିବାବେଳେ ଏଟିଏମ ହେବା ଦ୍ୱାରା ଆହୁରି ଅଧିକ ସୁବିଧା ହେବ ବୋଲି ଲୋକମାନେ ଖୁସିବ୍ୟକ୍ତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

19 − 7 =