ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ଶୁଭାଶିସ ତାଳପତ୍ର

0 204

କଟକ: ଶପଥ ନେଲେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଆଜି ଶପଥ ନେଲେ । ୩୩ ତମ ମୁଖ୍ୟ ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି ଏସ.ମୂରଲୀଧର ଅବସର ନେବାପରେ ତାଙ୍କ ସ୍ଥାନରେ ଦାୟିତ୍ଵ ନେବେ ଜଷ୍ଟିସ ତାଳପତ୍ର। ତାଳ ପତ୍ରଙ୍କ ନାମକୁ ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିସ କରିଥିଲେ। ୧୦ ଜୁନ୍ ୨୦୨୨ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟରେ ବିଚାରପତି ଅଛନ୍ତି।ପୂର୍ବରୁ ତ୍ରିପୁରା ହାଇକୋର୍ଟରୁ ଜଷ୍ଟିସ ଶୁଭା‌ଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିଛନ୍ତି। ଜଷ୍ଟିସ ଶୁଭାଶିଷ ତାଳପତ୍ର ୪ ଅକ୍ଟୋବର ୧୯୬୧ରେ ତ୍ରିପୁରାର ଉଦୟପୁରଠାରେ ଜନ୍ମଗ୍ରହଣ କରିଥିଲେ। କୋଲକାତା ୟୁନିଭର୍ସିଟିରେ ଆର୍ଟସ ଆଣ୍ଡ ଲ’ରେ ସ୍ନାତକ କଲା ପରେ ୧୨ ସେପ୍ଟେମ୍ବର ୧୯୯୦ରେ ଆସାମ, ନାଗାଲାଣ୍ଡ, ମେଗାଳୟ, ମଣିପୁର, ତ୍ରିପୁରା, ମିଜୋରାମ ଓ ଅରୁଣାଚଳ ପ୍ରଦେଶ ବାର୍‌ କାଉନସିଲରେ ଦାୟିତ୍ବରେ ଥିଲେ।ଗୁଜୁରାଟ ହାଇକୋର୍ଟର ଅଗରତାଲା ବେଞ୍ଚରେ ତାଙ୍କ ଓକିଲାତିର ଅଭ୍ୟାସ କରିଛନ୍ତି ଜଷ୍ଟିସ ତାଳପାତ୍ର। ସିଭିଲ୍ ଓ କ୍ରିମିନାଲ ମ୍ୟାଟର ହ୍ୟାଣ୍ଡେଲ କରିଛନ୍ତି। ୨୧ ଡିସେମ୍ବର ୨୦୦୪ରେ ସିନିୟର ଆଇନଜୀବୀ ଭାବେ ପଦୋନ୍ନତି। ୨୦୧୧, ନଭେମ୍ବର ୧୫ରେ ସେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ଶପଥଗ୍ରହଣ କରିଥିଲେ। ୨୦୧୩ ସେପ୍ଟେମ୍ବର ୧୩ରେ ସେ ତ୍ରିପୁରା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ଦେଶର ୭ଟି ହାଇକୋର୍ଟ ମୁଖ୍ୟ ବିଚାରପତି ପାଇଁ କଲେଜିୟମ ସୁପାରିସ କରିଛନ୍ତି। ଅଗଷ୍ଟ ୮ରେ ହାଇକୋର୍ଟ ମୁଖ୍ୟବିଚାରପତି ଏସ. ମୂରଲିଧର ଅବସର ନେବେ। ଆଜିର ଏହି ଶପଥ ଗ୍ରହଣ ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତି ଉପସ୍ଥିତ ଥିଲେ।

hiranchal ad1
Leave A Reply

Your email address will not be published.

1 + twenty =