ଆଦିବାସୀ ବିରୋଧୀ ଜଙ୍ଗଲ ସଂରକ୍ଷଣ ସଂଶୋଧନ ବିଲ ପ୍ରତ୍ୟାହାର ଦାବି

0 187

ଗଣିଆ : ଆଦିବାସୀ ଓ ପାରମ୍ପରିକ ବନବାସୀ ତଥା ପରିବେଶ ବିରୋଧୀ ଜଙ୍ଗଲ ସଂରକ୍ଷଣ ସଂଶୋଧନ ବିଲ ୨୦୨୩କୁ ପ୍ରତ୍ୟାହାର କରିବା ନିମନ୍ତେ ବିଶ୍ୱ ଜନଜାତି ଦିବସ ତଥା କ୍ରାନ୍ତୀ ଦିବାସ ଅବସରରେ ବୁଧବାର ଗଣିଆ ବ୍ଲକ ଛାମୁଣ୍ଡିଆ ଓ ବଡଶିଲିଙ୍ଗା ସରପଞ୍ଚଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି । ଛାମୁଣ୍ଡିଆ ପଚାଂୟତରେ ଗ୍ରାମୀଣ ଶ୍ରମଜିବୀ ଚେତନା ସଙ୍ଗଠନର ସଂଯୋଜକ ସନ୍ତୋଷ କୁମାର ପ୍ରଧାନଙ୍କ ନେତୃତ୍ୱରେ ସଙ୍ଗଠନର କର୍ମୀମାନେ ସରପଞ୍ଚ ଦିପ୍ତୀରେଖା ସେନାପତିଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ବିରୋଧୀ ଦଳ ମାନଙ୍କ ପକ୍ଷରୁ ସଂସଦରେ ଅନାସ୍ଥା ପ୍ରସ୍ତାବ ବିଚାରାଧୀନ ଥିବା ବେଳେ ବିନା ଆଲୋଚନା, ପ୍ରବଳ ହଟ୍ଟଗୋଳ ମଧ୍ୟରେ ସଂସଦରେ ଗୃହୀତ ହୋଇଥିବା ଜନ, ଜୀବିକା, ଜଙ୍ଗଲ, ପରିବେଶ ବିରୋଧୀ ଜଙ୍ଗଲ ସଂରକ୍ଷଣ ବିଲ ୨୦୨୩ କୁ ଧ୍ୱନୀ ମତରେ ପାରିତ ହେଲା ବୋଲି ଘୋଷଣା କରାଯାଇଛି । ଏହି ଆଇନ ଲାଗୁ କରାଗଲେ ଆଦିବାସୀ ଓ ପାରମ୍ପରିକ ଜଙ୍ଗଲ ଅଧିକାର ଆଇନ ୨୦୦୬ , ପେଷା ଆଇନ ୧୯୯୬, ପଞ୍ଚାୟତିରାଜ ଆଇନ ୧୯୯୨, ଜମି ଅଧିଗ୍ରହଣ, ପୁନଃର୍ବାସ ଓ ଥଇଥାନ କ୍ଷତିପୂରଣ ଏବଂ ସ୍ୱଚ୍ଛତା ଅଧିକାର ଆଇନ ୨୦୧୩ରେ ଥିବା ଜଙ୍ଗଲ ଓ ଅନ୍ୟାନ୍ୟ ପ୍ରାକୃତିକ ସମ୍ବଳଗୁଡିକ ପରିଚାଳନା ଓ ନିୟନ୍ତ୍ରଣ ପାଇଁ ଗ୍ରାମସଭାକୁ ପ୍ରଦତ୍ତ କ୍ଷମତା ସଙ୍କୁଚିତ ହେବା ସହ ଅନୁସୂଚିତ ଜନଜାତି , ପାରମ୍ପରିକ ଜାତିମାନଙ୍କ ପାଇଁ ଦିଆଯାଇଥିବା ସ୍ୱତନ୍ତ୍ର ବ୍ୟବସ୍ଥାବଳୀ ଓ ଗ୍ରାମସଭାର ସମ୍ମତି ପ୍ରାବଧାନକୁ ଉଲ୍ଲଂଘନ କରୁଅଛି । ତେବେ ଏହାକୁ ପ୍ରତ୍ୟାହାର କରାଯିବା ଦାବିରେ ଏହି ଦାବୀପତ୍ର ରଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ଦଶପଲ୍ଲା ସଂଚାର ଅନୁଷ୍ଠାନର ସମ୍ପାଦକ ପ୍ରଫୁଲ୍ଲ କୁମାର ମିଶ୍ର ସୂଚନା ଦେଇଛନ୍ତି । ସେହିପରି ଏହି ପରିବେଶ ବିରୋଧୀ ଜଙ୍ଗଲ ସଂରକ୍ଷଣ ସଂଶୋଧନ ବିଲକୁ ବିରୋଧ କରି ଆଦିମ ଅଧିବାସୀ ମୁକ୍ତି ମଂଚ, ବଡଶିଲିଙ୍ଗା ତରଫରୁ ସଂଯୋଜକ ପ୍ରଫୁଲ୍ଲ କୁମାର ନାୟକଙ୍କ ନେତୃତ୍ୱରେ ସରପଞ୍ଚ ସସ୍ମିତା ସାହୁଙ୍କୁ ପ୍ରଦାନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

1 × four =