ସୁବର୍ଣ୍ଣପୁରଠାରେ ବିଶାଳ ରକ୍ତଦାନ ଶିବିର, ରେକର୍ଡ ସଂଖ୍ୟକ ୬୦୧ ୟୁନିଟ ରକ୍ତ ସଂଗ୍ରହ

0 97

ସୁବର୍ଣ୍ଣପୁର – ଆଜି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପକ୍ଷରୁ ସ୍ଥାନୀୟ ସୋନପୁର କଲେଜ ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ବିମଳେନ୍ଦୁ ରାୟ ଏହି ଶିବିରକୁ ଉଦଘାଟନ କରିଥିଲେ । ଜିଲ୍ଲାପାଳ ଶ୍ରୀ ରାୟ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ନିଜେ ମଧ୍ୟ ଏ ଅବସରରେ ରକ୍ତଦାନ କରି ଅନ୍ୟ ରକ୍ତ ଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ରେକର୍ଡ ସଂଖ୍ୟକ ୟୁନିଟ ରକ୍ତ ସଂଗ୍ରହ କରିବା ଲକ୍ଷ୍ୟ ନେଇ ଯଥେଷ୍ଟ ପୂର୍ବରୁ ଜିଲ୍ଲା ପୋଲିସ, ସ୍ଥାନୀୟ ସ୍ୱଚ୍ଛ ଭାରତ ସଂଗଠନ ଜିଲ୍ଲା ରକ୍ତଦାତା ସଂଗଠନ ପକ୍ଷରୁ ବିଭିନ୍ନ କଲେଜ ଶିକ୍ଷାନୁଷ୍ଠାନ, ବିଭିନ୍ନ ସଂଗଠନ ତଥା ପଥପ୍ରାନ୍ତ ସଭାକରି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିବା ହେତୁ ସ୍ୱତଃ ରକ୍ତଦାନ ପାଇଁ ଅନେକ ଯୁବ ଅନୁଷ୍ଠାନ ଆଗ୍ରହ ପ୍ରକାଶ କରି ଶତାଧିକ ସଂଖ୍ୟାରେ ଆସି ଏହି ଶିବିରରେ ରକ୍ତଦାନ କରିଥିବା ଦେଖିବାକୁ ମିଳିଥିଲା । ଜିଲ୍ଲାର ସମସ୍ତ ସାମାଜିକ ଅନୁଷ୍ଠାନ ସମସ୍ତ କଲେଜ ଛାତ୍ରଛାତ୍ରୀ ନର୍ସିଂ ଛାତ୍ରୀ ସମୁହ ଏହି ଶିବିରରେ ରକ୍ତଦାନ କରିଥିଲେ । ଏ ଉପଲକ୍ଷେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ,ଏସପି ଅମରେଶ ପଣ୍ଡା,ଏଡିଏମ୍‌ ସୂର୍ଯ୍ୟ ନାରାୟଣ ଦାଶ, ସୋନପୁର କଲେଜ ଅଧ୍ୟକ୍ଷ ରାଜୀବ ଲୋଚନ ଆଚାର୍ଯ୍ୟ, ଡାକ୍ତର ଦୁର୍ଗାଦତ୍ତ ଦାଶ ପ୍ରମୁଖ ରକ୍ତଦାନର ଉପକାରିତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ସଭାକୁ ବରିଷ୍ଠ ସାମ୍ବାଦିକ ତଥା ସ୍ୱଚ୍ଛଭାରତ ସଂଯୋଜକ ମନୋରଞ୍ଜନ ତ୍ରିପାଠୀ ଓ ଜିଲ୍ଲା ରକ୍ତଦାତା ସଂଘ ସଭାପତି ମନୋଜ ପଣ୍ଡା ସଂଯୋଜନା କରିଥିଲେ । ଏ ଅବସରରେ ଏକ ରଙ୍ଗାରଙ୍ଗ ମେଲୋଡ଼ି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

eight + three =