ପୁରୀ ଜିଲ୍ଲାର ୪ ନୂଆ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

0 93

ପୁରୀ : ରାଜ୍ୟ ସରକାର ଜଳ ଜୀବନ ମିଶନ(ଜେଜେଏମ୍‌ ) ଜରିଆରେ ପୁରୀ ଜିଲ୍ଲାରେ ନୂଆକରି ୪ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ଏହାକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି । ଏନେଇ ପୁରୀ ଜିଲ୍ଲା ସଂସ୍କୃତି ଭବନଠାରେ ଏକ ପ୍ରେସ୍‌ମିଟ୍‌ କରି ସୂଚନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ, ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି । ଏହି ପ୍ରକଳ୍ପ ଦ୍ୱାରା ପୁରୀ ଜିଲ୍ଲାର ୭ ବ୍ଲକ ଅଧୀନରେ ଥିବା ୯୨ ପଞ୍ଚାୟତ ଅନ୍ତର୍ଗତ ୪୯୮ ଗ୍ରାମରେ ବସବାସ କରୁଥିବା ପ୍ରାୟ ୪ ଲକ୍ଷ ୬୦ ହଜାର ୬୧୨ ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯିବ । ପୁରୀ ସଦର ବ୍ଲକ ଅଧୀନରେ ଥିବା ୨୯ ପଞ୍ଚାୟତ ଅନ୍ତର୍ଗତ ୧୩୯ ଗ୍ରାମର ପ୍ରାୟ ୧ ଲକ୍ଷ ୩୮ ହଜାର ୫୪୨, ଗୋପ ବ୍ଳକ ଅଧୀନରେ ଥିବା ୨୧ ପଞ୍ଚାୟତ ଅନ୍ତର୍ଗତ ୧୩୫ ଗ୍ରାମର ପ୍ରାୟ ୧ ଲକ୍ଷ ୧ ହଜାର ୭୭୦, କାକଟପୁର ବ୍ଳକ ଅଧୀନରେ ଥିବା ୧୦ ପଞ୍ଚାୟତ ଅନ୍ତର୍ଗତ ୬୪ ଗ୍ରାମର ପ୍ରାୟ ୫୩ ହଜାର ୯୮୧, ଡେଲାଙ୍ଗ ବ୍ଲକ ଅଧୀନରେ ଥିବା ୧୬ ପଞ୍ଚାୟତ ଅନ୍ତର୍ଗତ ୭୮ ଗ୍ରାମର ପ୍ରାୟ ୮୬ ହଜାର ୫୦୨, ଅସ୍ତରଙ୍ଗ ବ୍ଳକ ଅଧୀନ ୧୧ ପଞ୍ଚାୟତ ଅନ୍ତର୍ଗତ ୬୮ ଗ୍ରାମର ପ୍ରାୟ ୫୯ ହଜାର ୭୭୨, ସତ୍ୟବାଦୀ ବ୍ଲକର ୩ ପଞ୍ଚାୟତ ଅଧୀନ ୮ ଗ୍ରାମର ୧୪ ହଜାର ୬୪୦ ଜଣ ଲୋକ, ନିମାପଡ଼ା ବ୍ଳକ ଅଧୀନରେ ଥିବା ୨ ପଞ୍ଚାୟତ ଅନ୍ତର୍ଗତ ୬ ଗ୍ରାମର ପ୍ରାୟ ୫ ହଜାର ୪୦୫ ଜଣ ଲୋକ ପାନୀୟଜଳ ପ୍ରକଳ୍ପ ଦ୍ୱାରା ଉପକୃତ ହେବେ । କାର୍ଯ୍ୟକାରୀ କରିବା ନିମନ୍ତେ ମୁମ୍ବାଇର ଏକ ଠିକା ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ଏହି ପ୍ରକଳ୍ପ କରିବାକୁ ଠିକାସଂସ୍ଥାକୁ ୬୩୯ କୋଟି ୧୬ ଲକ୍ଷ ୨୮ ହଜାର ୮୧୨
ଟଙ୍କା ଦେବାକୁ ଓ ୨୪ ମାସରେ ପ୍ରକଳ୍ପଗୁଡ଼ିକ ସାରିବାକୁ ଚୁକ୍ତି କରାଯାଇଛି । ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଥିବା ବେଳେ ଏହି ପଦକ୍ଷେପ ନିଆଯାଇଥିବା ବିଜେଡି ନେତାମାନେ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

three × one =