ଦିଲ୍ଲୀରୁ ଡାକରା, ସ୍ୱାଧୀନତା ଦିବସରେ ଯୋଗଦେବେ ଚାକୋଟିଆ ଭୁଞ୍ଜିଆ ଦମ୍ପତି

0 70

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ସୁନାବେଡ଼ା ଅଭୟାରଣ୍ୟରୁ ଚାକୋଟିଆ ଭୁଞ୍ଜିଆ ଜନଜାତି ଯୁବରାଜ ଛତ୍ରିଆ ଏବଂ ତାଙ୍କ ସ୍ତ୍ରୀ ଆସମତି ଛତ୍ରିଆଙ୍କୁ ଦିଲ୍ଲୀରେ ହେବାକୁ ଥିବା ସ୍ୱାଧିନତା ଦିବସରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯାଇଛି । ଏହାକୁ ନେଇ ଆଦିବାସୀ ଦମ୍ପତି ବେଶ ଆନନ୍ଦିତ ଅଛନ୍ତି । ସୁନାବେଡ଼ା ଅଭୟାରଣ୍ୟ ଅଧିଷ୍ଠାତ୍ରୀ ଦେବୀ ମାଁ ସୁନଦେଇଙ୍କ ଗଡବାସୀ ହୋଇ ଥିବାରୁ ଖାଲି ପାଦରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାତ୍ରା କରିବେ ଦୁଇ ଦମ୍ପତି । ସ୍ୱାଧିନ ସଂଗ୍ରାମରେ ଆଦିବାସୀ ମାନଙ୍କ ବଳିଦାନକୁ ମନେ ପକାଇ ନିଜେ ଗର୍ବିତ ଥିବା ଯୁବରାଜ ପ୍ରକାଶ କରିଛନ୍ତି । ଜଣେ ଆଦିବାସୀ ରୂପେ ଟିଭିରେ ଦେଖୁଥିବା ସ୍ୱାଧିନତା ଦିବସକୁ ନିଜ ସ୍ୱଚକ୍ଷୁରେ ଦେଖିବାର ମଜା ଉଠାଇବାକୁ ସେ ବେଶ୍‌ ଉତ୍ସାହିତ ଅଛନ୍ତି । ଏହି ସ୍ୱାଧିନତା ଦିବସ ର ସାକ୍ଷୀ ରୂପେ ତାଙ୍କୁ ବାଛି ଥିବାରୁ ସେ ନିଜକୁ ଧନ୍ୟ ବୋଲନ୍ତି । ପ୍ରଧାନମନ୍ତ୍ରୀଙ୍କ କିଷାନ ନିଧି ଯୋଜନାରେ ୨ ହଜାର ଲେଖାଏଁ ୧୪ କିସ୍ତି ରେ ୨୮ ହଜାର ଟଙ୍କା ପାଇଥିବା ବେଳେ ସେହି ଅର୍ଥରେ ନିଜ ଚାଷ ଜମିରେ ଖର୍ଚ୍ଚ କରିଛନ୍ତି । ନିଜ ଜମିରେ ଧାନ ଚାଷ ସହ (ମିଳେଟ) କ୍ଷୁଦ୍ର ଶସ୍ୟ ଚାଷ ମଧ୍ୟ କରିଛନ୍ତି ।

hiranchal ad1
Leave A Reply

Your email address will not be published.

two + seventeen =