ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

0 69

ଭବାନୀପାଟଣା: ଭବାନୀପାଟଣା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବାଲାଜୀ ବିହାର ଠାରେ ଆଜି ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି । ଏହି ସଙ୍କୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳାରେ ନଅଟି ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଉଦଘାଟନ ଉତ୍ସବରେ ଚକ୍ର ଧର ଠାକୁର ଅବସର ପ୍ରାପ୍ତ ଶିକ୍ଷକ ତଥା ପୂର୍ବତନ ସଂଗଠନ ମନ୍ତ୍ରୀ ଶିକ୍ଷା ବିକାଶ ସମିତି ଓଡିଶା, ଜଗଦିଶ ଚନ୍ଦ୍ର ମୁଣ୍ଡ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭବାନୀପାଟଣା, ସଂକୁଳ ପ୍ରମୁଖ ଅଶୋକ ସିଂ ଏବଂ ଉତଯାପନ ଉତ୍ସବରେ ଟେମଲାଲ ଦୁବେ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭବାନୀପାଟଣା, ଦୁଷ୍ମନ୍ତ କୁମାର ପାଢ଼ୀ ଜିଲ୍ଲା ବିଜ୍ଞାନ ସୁପରଭାଇଜର,ପ୍ରକାଶ ନିଶାଙ୍କ ପ୍ରୋଜେକ୍ଟ ଡାଇରେକ୍ଟର କଳାହାଣ୍ଡି ତଥା ବରିଷ୍ଠ ବିଜ୍ଞାନ ଶିକ୍ଷକ ବୃନ୍ଦ ବିରଞ୍ଚି ତାଣ୍ଡି, ଗିରିଜା ଶଙ୍କର ସାହୁ, ଜି ସ୍ୱାତି, ଶ୍ୱେତାଲିନ ପ୍ରଧାନ, ନାରାୟଣ ସାହୁ, ପ୍ରଶାନ୍ତ ମହାନ୍ତି, ଦୁଷ୍ମନ୍ତ ନାଏକ, ସମୀର ପାଣିଗ୍ରାହୀ. ବିରଞ୍ଚି ମୁଣ୍ଡ, ସୁଶାନ୍ତ ମୁଣ୍ଡ, ଏବଂ ପ୍ରଫୁଲ୍ଲ ପଣ୍ଡା, ବିଜୁ ସାହୁ. ମାନସ ସାହୁ, ଟିକଦେବ ସାହୁ, ରୁପାଲିନ ଖଟେଇ ଉପସ୍ଥିତ ଥିଲେ । ବିଦ୍ୟାଳୟର ସଭାପତି ଡ. ପ୍ରିୟା ଶଶିଧରନ ଅଧ୍ୟକ୍ଷତାରେ ସମାରୋପ କାର୍ଯ୍ୟକ୍ରମ ହୋଇଯାଇଚି । ଏହି ଜ୍ଞାନବିଜ୍ଞାନ ମେଳାରେ ପ୍ରଧାନ ଆଚାର୍ଯ୍ୟ ଦାଶରଥୀ ପଣ୍ଡା ଓ ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଯେଉଁ ମାନେ ପ୍ରଥମ ସ୍ଥାନ ଅଧିକାର କଲେ ସେମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ପ୍ରାୟ ୮୦ଟି ପ୍ରକଳ୍ପ ଏବଂ ୨୦୦ରୁ ଅଧିକ ଶିଶୁ ଭାଗ ନେବାକଥା ସଂକୁଳ ସଂଯୋଗକ କୁଞ୍ଜ ବିହାରୀ ଦାଶ କହିଥିଲେ ।

hiranchal ad1
Leave A Reply

Your email address will not be published.

three × 5 =