ଆନ୍ତଃରାଜ୍ୟ ପାଇପ ଚୋରି ର‍୍ୟାକେଟର ପର୍ଦ୍ଦାଫାଶ, ୯ ଗିରଫ

0 97

ସମ୍ବଲପୁର: ସରକାରଙ୍କ ଦ୍ୱାରା ବ୍ୟବହୃତ ପାଇପ ଚୋରି କରୁଥିବା ଏକ ଆନ୍ତଃରାଜ୍ୟ ଚୋରି ଦଳର ପର୍ଦ୍ଦାଫାଶ କରିବାରେ ସମ୍ବଲପୁର ପୁଲିସକୁ ଉଲ୍ଲେଖନୀୟ ସଫଳତା ମିଳିଛି । ସମ୍ବଲପୁର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଅଧିକ୍ଷକ ମୁକେଶ ସିଂହ ଭାମୁ ଏବିଷୟରେ ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ ସ୍ଥାନୀୟ ହୀରାକୁଦ ଥାନାରେ ରୁଜୁ ହୋଇଥିବା ଏକ ମାମଲାର ତଦନ୍ତ ସଂକ୍ରାନ୍ତରେ ପୁଲିସ ବିଭିନ୍ନ ସ୍ଥାନରୁ ୯ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଏହି ବିଷୟରେ ଏକ ସଂଗଠିତ ଦଳ କାର୍ଯ୍ୟ କରୁଛି, ଯାହାର ଅପରାଧ ନେଟୱର୍କ ଓଡ଼ିଶା ଓ ଓଡ଼ିଶା ବାହାରେ ସକ୍ରିୟ ରହିଛି । ସେମାନଙ୍କ ଠାରୁ ଗୋଟିଏ ଟ୍ରକ, ଦୁଇଟି ମାରୁତି କାର, ୩୧ଟି ୨୫୦ ମିମି ସାଇଜର ଡିଆଇ ପାଇପ, ୧୦ଟି ମୋବାଇଲ ଫୋନ ଓ ନଗଦ ୮୭ ହଜାର ଟଙ୍କା ଜବତ କରାଯାଇଛି । ପୁଲିସ ଅଧିକ୍ଷକ ସେମାନଙ୍କ କାର୍ଯ୍ୟ ଶୈଳୀ ଉପରେ ଆଲୋକପାତ କରି କହିଛନ୍ତି ଯେ ଉକ୍ତ ସଂଗଠିତ ଦଳର କିଛି ଲୋକେ ପ୍ରଥମେ ସମ୍ଭାବିତ ସ୍ଥାନର ଅନୁଧ୍ୟାନ କରନ୍ତି । ପରେ ସେଠାକାର ସୁବିଧା ସୁଯୋଗ ଅନୁସାରେ ପାଇପ ଖୋଲି ବାହାର କରାଯାଏ ଓ ଇତିମଧ୍ୟରେ ତାହା କିଣିବା ପାଇଁ ଗ୍ରାହକ ଖୋଜି ବିକ୍ରି କରାଯାଏ । ଏହିପରି ସେମାନେ ରାଜ୍ୟ ସରକାରଙ୍କ ଆରଡବ୍ଲୁଏସ ଯୋଜନା ଅନ୍ତର୍ଗତ କାର୍ଯ୍ୟ ଉପରେ ନଜର ରଖି ସେଥିରେ ବ୍ୟବହୃତ ମୂଲ୍ୟବାନ ଲୁହା ପାଇପ ଚୋରି କରି ବିପୁଳ ଉପାର୍ଜନ କରୁଥିଲେ ଓ ଏହାଫଳରେ ସରକାରଙ୍କ ପ୍ରଭୂତ କ୍ଷତି ହେଉଥିଲା । ଏସଂକ୍ରାନ୍ତରେ ଗିରଫ ରଖାଯାଇଥିବା ବ୍ୟକ୍ତି ମାନଙ୍କ ଚିହ୍ନଟ ବାସୁଦେବ ଓରାମ (୩୧), ଯଶୋବନ୍ତ ଭୋଇ (୩୧), ବିକାଶ ଦାଶ (୨୭), ଏମଡି ଇରାନ (୩୨), ଫିରୋଜ ଗାନ (୪୫), ଅମିତ ସାମନ୍ତ (୪୭), ସନ୍ଦିପ ଅଗ୍ରୱାଲ (୪୪), ସଞ୍ଜୀବ ପଣ୍ଡିତ (୪୧) ଓ ଅନୀଲ ପ୍ରନସାରି (୫୨) ରୂପେ କରାଯାଇଛି । ସେମାନଙ୍କ ମଧ୍ୟରେ ଇମରାନକୁ ଏହାର ମାଷ୍ଟର ମାଇଣ୍ଡ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

five × 1 =