ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଭାଗୃହରେ ଆଜି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ମଧୁବାବୁ ପେନସନ ଯୋଜନା ଅନ୍ତର୍ଭୁକ୍ତ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା,ନୂଆଗାଁ ବ୍ଲକ ବିଡିଓ ସଚିଦାନ୍ଦ ମିଶ୍ର , ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟ ବେହେରା ,୧୭ନଂ ଜିଲ୍ଲାପରିଷଦ ସଭ୍ୟା ପ୍ରତିମା ଦଲବେହେରା ଉପସ୍ଥିତ ରହିଥିଲେ । ପରାଢିପି, ମାଈଛେଳି, ନୂଆଗାଁ ,କୋରଡା ,ସୋରଡା , ସିକ୍ରୀଡା, ଉଦୟପୁର ପଂଚାୟତରୁ ଆସିଥିବା ୮୦୨ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରଯାଇଥିଲା । ସେହିପରି ଗୁମୀ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ମଧୁବାବୁ ପେନସନ ଯୋଜନା ଆନୁକୁଲ୍ୟରେ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କାପ୍ତାପଲ୍ଲୀ ,ଗୁମୀ ,ଜକେଡା ପଂଚାୟତର ଯୋଗ୍ୟ ୧୭୭ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରଯାଇଥିଲା । ମହିପୁର କଲ୍ୟାଣୀ ମଣ୍ଡପ ଠାରେ ୮ ଗୋଟି ପଞ୍ଚାୟତର ହିତାଧିକାରୀ ଉପସ୍ଥିତ ରହିଥିଲେ । ସେହିପରି ବାହାଡ଼ାଝୋଲା କଲ୍ୟାଣୀ ମଣ୍ଡପ ଠାରେ ୪ ଗୋଟି ପଞ୍ଚାୟତର ହିତାଧିକାରୀ ଉପସ୍ଥିତିରେ ଭତ୍ତା ବଣ୍ଟନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ, ଦଶପଲ୍ଲାଙ୍କ ସହିତ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ଜିଲ୍ଲାପରିଷଦ ସଭ୍ୟା ଉପସ୍ଥିତ ରହିଥିଲେ । ସମୁଦୟ ୨୪୦୦ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ନୂତନ ଭତ୍ତା ବଣ୍ଟନ କରଯାଇଥିବାର ସୂଚନା ନୂଆଗାଁ ବ୍ଲକ ସମାଜିକ ସୁରକ୍ଷା ଅଧିକାରିଣୀ ସ୍ୱର୍ଣ୍ଣ ସାରିକା ଓ ରଘୁନାଥ ସାହୁ ସହଯୋଗରେ ହୋଇଥିଲା ।