ଭାଲୁ ଆକ୍ରମଣରେ ଗୁରୁତର ଯୁବକଙ୍କ ଡ଼ାକ୍ତରଖାନାରେ ମୃତ୍ୟୁ

0 39

କୋକସରା : ଗତ ବୁଧବାର ସନ୍ଧ୍ୟାରେ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ଥିବା କୋକସରା ବ୍ଳକ ବରାଡଙ୍ଗା ପଞ୍ଚାୟତ ତେନ୍ତୁଳିପଡାର ଯୁବକ କମଲଲୋଚନ ନାଗ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ସକାଳେ ବୁର୍ଲା ଡ଼ାକ୍ତରଖାନାରେ ମୃତ୍ୟୁ ହୋଇଥିବା ଜଣାପଡିଛି ।
ପ୍ରକାଶ ଯେ’ ଗତ ବୁଧବାର ସନ୍ଧ୍ୟାରେ ମୃତ କମଲ ଲୋଚନଙ୍କୁ ଗାଁ ନିକଟରେ ଏକ ଭାଲୁ ଆକ୍ରମଣ କରି ଲହୁଲୁହାଣ କରିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ଏହାପରେ ପରିବାର ଲୋକେ ପ୍ରଥମେ କୋକସରା ଡାକ୍ତରଖାନା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା ଓ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ଆଜି ସକାଳେ କମଳ ଲୋଚନଙ୍କ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକେ ଗାଁକୁ ଶବ ଆଣୁଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

nineteen − fourteen =