ଦଶପଲ୍ଲା : ସାଧାରଣ ନିର୍ବାଚନକୁ ଆହୁରି ଅନେକ ଦିନ ବାକିଥିବା ବେଳେ ଏବେ କିନ୍ତୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହେଲାଣି ନିର୍ବାଚନୀ ଉଷ୍ମତା । ଏହି ପରିପ୍ରେକ୍ଷୀରେ ଦଶପଲ୍ଲାର ପ୍ରମୁଖ ସଂଗଠନ ଦଶପଲ୍ଲା ସ୍ୱାଭିମାନ ମଂଚ ତରଫରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି ବାଇକ୍ ଶୋଭାଯାତ୍ରାରେ ଏକ ହଜାରରୁ ଅଧିକ ବାଇକ୍ ଦଶପଲ୍ଲାର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ମହାବୀରଙ୍କ ମନ୍ଦିର ନିକଟରୁ ବାହାରି ଗଣେଷ ବଜାର, ଲକ୍ଷ୍ମୀ ବଜାରମେଡ଼ିକାଲ ଛକ, ଦୁର୍ଗା ବଜାର, ବୀଣାପାଣି ବଜାର, ତ୍ରୀନାଥ ବଜାର, ଐତିହାସିକ ମେଳିଆ ତୋଟା, ସମେତ ସମଗ୍ର ଦଶପଲ୍ଲାକୁ ପରିକ୍ରମା କରି ଯଉବନ ତୋଟା ପର୍ଯ୍ୟନ୍ତ ଯାଇଥିଲା । ଯଉବନ ତୋଟା ନିକଟରେ ଦଶପଲ୍ଲା ସ୍ୱାଭିମାନ ପରିବାର ତରଫରୁ ଆୟୋଜିତ ଏକ ବିଶାଳ ସଭାରେ ସ୍ୱାଭିମାନ ମଂଚର ଆବାହକ ପ୍ରଦୋଷ କୁମାର ଯେନା( ଖୁକା ଭାଇ) ସମିତି ସଭ୍ୟ ବାପୁଜୀ ସାହୁ, ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଶିଷ୍ଠ ସମାଜସେବୀ ଶ୍ରୀହରି ନାୟକ, ଦଶପଲ୍ଲା ଏନ୍ଏସି ଅଧ୍ୟକ୍ଷା ଇଂ. ପୁନମ୍ ପ୍ରୀୟଦର୍ଶିନୀଙ୍କ ସମେତ ବହୁ କାଉନ୍ସିଲର,ସରପଞ୍ଚ, ସମିତି ସଭ୍ୟଯୋଗ ଦେଇଥିଲେ ।