ଗାଁରେ ପହଞ୍ଚିଲା ପାର୍ଥିବ ଶରୀର, ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ

0 432

ହରଭଙ୍ଗା,୨୧/୮:- ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଆଡେଣିଗଡ ଫାଣ୍ଡିରେ କାର୍ଯ୍ୟରତ ଥିବା ହାବିଲଦାର ପ୍ରମୋଦ ପାଣିଗ୍ରାହୀ ଓ ଗୃହରକ୍ଷୀ ଟୁକୁନା ବେହେରା ଉଭୟ ବାଇକ ଯୋଗେ ଫାଣ୍ଡିକୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ କାର୍‌ ସହ ପୁରୁଣାକଟକ ଥାନା ୫୭ନଂ ଜାତୀୟ ରାଜପଥ କଖାରୁଫାଳ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ ଦୁଇ ପୋଲିସ କର୍ମଚାରୀ ରାସ୍ତାତଳକୁ ଛିଟିକି ପଡ଼ିଥିଲେ । ଫଳରେ ଉଭୟଙ୍କ ଡାହାଣ ଗୋଡ଼ରେ ଗଭୀର ଆଘାତ ହୋଇଥିଲା । ତୁରନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ନିକଟସ୍ଥ ମେଡିକାଲ ନେଇଥିଲେ । ଅବସ୍ଥା ଗୁରୁତର ଥିବାରୁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । କିନ୍ତୁ ଆମ୍ବୁଲାନ୍ସ ସେବା ମିଳି ପାରିନଥିଲା ଅନ୍ୟପଟେ ପୋଲିସ ଗାଡି ମଧ୍ୟ ପାଖରେ ନଥିବା ବେଳେ ଦୁଇ ଗୁରୁତର ବ୍ୟକ୍ତି ମେଡିକାଲ ବାରଣ୍ଡାରେ ଯନ୍ତ୍ରଣାରେ ଛଟପଟହୋଇଥିଲେ ମଧ୍ୟ ୨ଘଣ୍ଟା ବିଳମ୍ବ ପରେ ଅନ୍ୟ ଏକ ଭଡା ଗାଡିରେ ବୌଦ୍ଧ ମେଡିକାଲ ନିଆଯାଇଥିଲା । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରେ ଉଭୟଙ୍କୁ କଟକ ବଡ଼ମେଡିକାଲ ରେଫର କରାଯାଇଥିଲା କିନ୍ତୁ ହାବିଲଦାରଙ୍କୁ ନେଉଥିବା ସମୟରେ ବାଟରେ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ଶୁଣି ପୋଲିସ ମହଲ ଓ ସାଧରଣରେ ଶୋକର ଛାୟା ଖେଳିଗଲା । ଆଜି ସକାଳୁ ପୋଷ୍ଟମୋଟମ କରି ହାବିଲଦାରଙ୍କ ପାର୍ଥିବ ଶରୀରକୁ ବୌଦ୍ଧରେ ସମ୍ମାନ କରି ନିଜ ଗ୍ରାମ ଛତ୍ରଙ୍ଗକୁ ଅଣାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ମୃତ୍ୟୁ ଖବର ପାଇ ଅଞ୍ଚଳର ବିଶେଷ ବ୍ୟକ୍ତି ସିପିଆଇ ନେତା ଅବକାଶ ସାହୁ, ସରପଞ୍ଚ ପ୍ରତିନିଧି ତଥା ସମାଜସେବୀ ସୁଶୀଲ ପ୍ରଧାନଙ୍କ ସମେତ ବନ୍ଧୁବାନ୍ଧବ, ପ୍ରିୟଜନ ଉପସ୍ଥିତ ଥିଲେ । ଶେଷରେ ନିଜ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

seven − one =