ନନ୍ଦାହାଣ୍ଡି :ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଆଜି ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଠାରେ District Early Intervention centre ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ନନ୍ଦାହାଣ୍ଡି ବ୍ଲକର ୧୧ ଗୋଟି ପଞ୍ଚାୟତର ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରର ୧୯୦ ଜଣ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି ଶିବିରରେ ଦନ୍ତ, ଦୃଷ୍ଟି, ଶ୍ରବଣ, ଜନ୍ମଗତ ତ୍ରୁଟି, ଆନିମିଆ, ବୌଦ୍ଧିକ ଓ ଶାରୀରିକ ବିକାଶ, ଅପପୁଷ୍ଟି ଜନିତ ରୋଗ ସମ୍ପର୍କରେ ପରୀକ୍ଷା କରାଯାଇ ସ୍କ୍ରିନିଂ କରାଯାଇଥିଲା । ଆଜିର ଏହି ଶିବିରରେ ଜିଲ୍ଲାର ୬ ଜଣ ବିଶେଷଜ୍ଞ ଡାକ୍ତର ସଞ୍ଜିବ କୁମାର ଭୋଇ, ଶିବାନୀ ଚୌଧୁରୀ, ସୁଧୀରଞ୍ଜନ ବିଶ୍ୱାଳ, ଶ୍ରୀକାନ୍ତ ପାତ୍ର, ବି. ମଧୁସୂଦନ ପାତ୍ର, କୁନାଲ ମହାନ୍ତି ଓ ନନ୍ଦାହାଣ୍ଡିର ୫ ଜଣ ଡକ୍ଟର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ସିଏଚ୍ସିର ବିପିଏମ ନିବେଦିତା ପଟ୍ଟନାୟକ ପରିଚାଳନା କରିଥିଲେ ।