ଘର ପଟ୍ଟା ଦାବି ନେଇ ଗ୍ରାମବାସୀ ତହସିଲଦାରଙ୍କ ଦ୍ୱାରସ୍ଥ

0 64

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରୀ ସଦର ଗ୍ରାମ ପଞ୍ଚାୟତ ଗ୍ରାମବାସୀ ଘର ପଟ୍ଟା ନିମନ୍ତେ ଏକ ଲିଖିତ ଦାବିପତ୍ର ନନ୍ଦାହାଣ୍ଡି ତହସିଲଦାର ବନମାଳୀ ମେହେରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଦୀର୍ଘ ୪୦ ରୁ ୫୦ ବର୍ଷ ଧରି ମେଣ୍ଟ୍ରୀ ସଦର ପଞ୍ଚାୟତ ଗ୍ରାମର ମୁଖ୍ୟ ରାସ୍ତା ପାର୍ଶ୍ୱରେ ରହୁଥିବା ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ପରିବାର ସେଠାରେ ରହି ଆସୁଛନ୍ତି । ହେଲେ ସରକାରଙ୍କ ଠାରେ ଏମାନଙ୍କ ନାମରେ କୌଣସି ରେକର୍ଡ ନାହିଁ । ତେଣୁ କୌଣସି ସରକାରୀ କାର୍ଯ୍ୟ ଯେମିତି କି ନିଜ ପୁଅ ଝିଅଙ୍କ ଶିକ୍ଷା ନିମନ୍ତେ ରାଜସ୍ୱ ନିରୀକ୍ଷକଙ୍କ ଠାରେ ବାସିନ୍ଦା ଓ ଜାତିଗତ ପ୍ରମାଣପତ୍ର ଆବେଦନ କଲେ ଘର ପଟ୍ଟାର ନିହାତି ଆବଶ୍ୟକ ପଡୁଛି ଏବଂ ସରକାରଙ୍କ ବିଭିନ୍ନ ଯୋଜନା ଯଥା ଆବାସ ଯୋଜନାରେ ସାମିଲ ହୋଇ ପାରୁନାହାନ୍ତି । ଗ୍ରାମର ଅନ୍ୟ ପରିବାରମାନଙ୍କୁ ଘର ବାରି ପଟ୍ଟା ମିଳିଥିବା ବେଳେ ସେମାନଙ୍କୁ କାହିଁକି ପଟ୍ଟା ମିଳିପାରିନାହିଁ ବୋଲି ଗ୍ରାମବାସୀମାନେ କହିଛନ୍ତି । ଏଣୁ ଏହାକୁ ବିଚାର କରି ପଟ୍ଟା ପ୍ରଦାନ କରିବାକୁ ଦାବି କରିଛନ୍ତି ମେଣ୍ଟ୍ରୀ ଗ୍ରାମ ବାସୀ । ଏ ବାବଦରେ ନନ୍ଦାହାଣ୍ଡି ତହସିଲଦାର ବନମାଳୀ ମେହେର ମେଣ୍ଟ୍ରୀ ରାଜସ୍ୱ ନିରୀକ୍ଷକଙ୍କୁ ଏ ବିଷୟରେ ତଦାରଖ କରିବା ନିମନ୍ତେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

18 + 11 =