ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସୁବର୍ଣ୍ଣପୁର ନୂଆଁ ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ

0 39

ସୁବର୍ଣ୍ଣପୁର : ଆଜି ସନ୍ଧ୍ୟାରେ ସୋନପୁର ନୂଆଁ ଟାଉନ ହଲଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନଫରେନସିଂ ମାଧ୍ୟମରେ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତରର ଶୁଭ ଉଦଘାଟନ କରାଯାଇଛି । ଏହି ଉପଲକ୍ଷେ ଜ଼ିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଆଜି ଏକ ଭବ୍ୟ ଆୟୋଜନ କରାଯାଇଥିଲା । ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଏସପି ଅମରେଶ ପଣ୍ଡା, ପୌରାଧ୍ୟକ୍ଷା ତାମସୀ ତାମସ୍ମୀତା ନାଏକ, ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ, ଉପ ଜିଲ୍ଲାପାଳ ଡ଼ଃ. ଇପସିତା ପ୍ରିୟଦର୍ଶନୀ ମିଶ୍ର ଯୋଗ ଦେଇ ଥିଲେ । ଜ଼ିଲ୍ଲା ପରିଷଦ ସିଡିଓ ଅଶ୍ୱିନୀ କୁମାର ମେହେର, ଆରଟିଓ ଅକ୍ଷୟ କୁମାର ଜେନା ଓ ପୌର ଅଧିକାରୀ ଶୁଭ୍ରାଂଶୁ ରୁଟଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସଫଳ କରାଯାଇଥିଲା । ୫କୋଟି ୬୫ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାପନ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ମହିଳା, ସହରର ସମସ୍ତ ବୁଦ୍ଧିଜୀବୀ, ସାଂସ୍କୃତିକ ଅନୁଷ୍ଠାନର ସଭ୍ୟ, ତଥା ସହରବାସୀଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି । ସେହିପରି ଜ଼ିଲ୍ଲାର ବିନିକା ଓ ଉଲୁଣ୍ଡାଠାରେ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦୁଇଟି ନୂଆଁ ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଓ ଉଭୟ ବ୍ଲକର ଅଧ୍ୟକ୍ଷଅଧ୍ୟକ୍ଷା ଓ ବିଡ଼ିଓମାନେ ଏହି ଭବ୍ୟ ଉତ୍ସବ ଆୟୋଜନରେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

four × five =