ବିଜେପି ବୌଦ୍ଧ ଜିଲ୍ଲା ଗ୍ରାମୀଣ ମଣ୍ଡଳ ଅନ୍ତର୍ଗତ ତେଲିବନ୍ଧ ଗ୍ରାମ ପଞ୍ଚାୟତଠାରେ ଆନ୍ଦୋଳନ

0 75

ଜହ୍ନ ।ପଙ୍କ,୨୫/୮: ବୌଦ୍ଧ ଜିଲ୍ଲା ବିଜେପି ଗ୍ରାମୀଣ ମଣ୍ଡଳ ଅନ୍ତର୍ଗତ ତେଲିବନ୍ଧ ଗ୍ରାମ ପଞ୍ଚାୟତ ଠାରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଧାରଣା ଦେବା ସହିତ ପଞ୍ଚାୟତ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହାପରେ ଏକ ଦାବିପତ୍ର ସ୍ଥାନୀୟ ସରପଞ୍ଚଙ୍କ ପାଖରେ ମାନ୍ୟବର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମଣ୍ଡଳ ସଭାପତି ନବୀନ କୁମାର ହୋତାଙ୍କ ନେତୃତ୍ୱରେ ସ୍ଥାନୀୟ ସରପଞ୍ଚ ରତ୍ନାକର ନାୟକଙ୍କୁ ପ୍ରଦାନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ବିଶେଷକରି ପ୍ରଧାନମନ୍ତ୍ରୀ ଆବାସଗୃହ ପାଇବାପାଇଁ ଦାବି ଆପତ୍ତିି କରିବା ସହିତ ଦୁର୍ନୀତି ଅଭିଯୋଗ ଓ ଭ୍ରଷ୍ଟାଚାର ବିଗତବର୍ଷ ମାନଙ୍କରେ ହୋଇଥିବାର ତଦନ୍ତ ସହିତ ପାଇଖାନା ଦୁର୍ନୀତି, ମନରେଗା ଯୋଜନାରେ ଶ୍ରମିକ ବଦଳରେ ମେସିନରେ କାର୍ଯ୍ୟ କରିବା ଓ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଘର, ସ୍ୱଛ ଭାରତ ଅନ୍ତର୍ଗତ ପାଇଖାନା ଦୁର୍ନୀତି ,କେନ୍ଦ୍ର ସରକାରଙ୍କ ଜନହିତକ ।ରୀ ସବୁ ଯୋଜନା ରେ ଦୁର୍ନୀତି ଅଭିଯୋଗ ଓ ପ୍ରିୟା ପ୍ରୀତି ହେଉଥିବା ଉପରେ ଉପସ୍ଥିତ ନେତୃବୃନ୍ଦ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ ।

hiring

ଏଥି ସହିତ ନୂଆ ଭୋଟର୍‌ ମାନଙ୍କୁ ପଞ୍ଜିକରଣ ଓ ଭୋଟର ତାଲିକା ସଂଶୋଧନ କରିବା ସହିତ , ବ ।ଦ୍‌ପ୍ରକିୟା , ସବୁ ବୁଥସ୍ତରୀୟ କମିଟି ପକ୍ଷରୁ ବି.ଏଲ. ଏ.୨ , ମାନେ ଘରକୁ ଘର ବୁଲି ଅଭିଯାନକୁ କରିବାପାଇଁ ବକ୍ତାମାନେ ମତ ପ୍ରକାଶ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସହିତ ମଣ୍ଡଳ ସଭାପତି ନବୀନ କୁମାର ହୋତା, ବିଧାନସଭା ସଂଯୋଜକ ଯୁଗଳ କିଶୋର ସାମଲ, ବିଶି କେସନ ପ୍ରଧାନ, ତ୍ରିପୁର ମହାକୁଡ, ବୈକୁଣ୍ଠ ପ୍ରଧାନ ,କୃଷ୍ଣଚନ୍ଦ୍ର ଦେହୁରୀ , ସୌମିତ୍ରି ବେଦୀ, ଶେଷ ସିଂହ, କାଳିଆ ମହାନନ୍ଦିଆ, ଶଶି ବାଘ , ବୈଷ୍ଣବ ମହାନନ୍ଦିଆ ପ୍ରମୁଖ ଯୋଗଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

5 × two =