ବୌଦ୍ଧ,୨୬/୮:- ବୌଦ୍ଧ ଜିଲ୍ଲା ବିଜେପିର ସରସର । ମଣ୍ଡଳ ଅନ୍ତର୍ଗତ ବାମଣ୍ଡା ଗ୍ରାମ ପଞ୍ଚାୟତ ଠାରେ ପୂର୍ବ ନିର୍ଦ୍ଧାରିତ ଡାକରା ଅନୁଯାୟୀ ଧାରଣା ଦେବା ସହିତ ଘେରାଉ କରିବା , ବିକ୍ଷୋଭ ପ୍ରଦର୍ଶନ ସହିତ ଦାବିପତ୍ର ନାଏବ ସରପଞ୍ଚଙ୍କ ପାଖରେ ମାନ୍ୟବର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମଣ୍ଡଳ ସଭାପତି ଶମ୍ଭୁ ପ୍ରଧାନ ନାଏବ ସରପଞ୍ଚଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶେଷକରି ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇବାପାଇଁ ଦାବି ଆପତ୍ତିି କରିବା ସହିତ ଦୁର୍ନୀତି ଅଭିଯୋଗ ଓ ଭ୍ରଷ୍ଟାଚାର ବିଗତବର୍ଷ ମାନଙ୍କରେ ହୋଇଥିବାର ତଦନ୍ତ ସହିତ ପାଇଖାନା ଦୁର୍ନୀତି, ମନରେଗା ଯୋଜନାରେ ହେରାଫେରି ଓ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଘର, ସ୍ୱଚ୍ଛ ଭାରତ ଅନ୍ତର୍ଗତ ପାଇଖାନା ଦୁର୍ନୀତି, କେନ୍ଦ୍ର ସରକାରଙ୍କ ଜନହିତକାରୀ ସବୁ ଯୋଜନାରେ ଦୁର୍ନୀତି ଅଭିଯୋଗ ଓ ପ୍ରିୟାପ୍ରୀତି ହେଉଥିବା ଉପରେ ଉପସ୍ଥିତ ନେତୃବୃନ୍ଦ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ । ଏଥିସହିତ ନୂଆ ଭୋଟର୍ ମାନଙ୍କୁ ପଞ୍ଜିକରଣ ଓ ଭୁଲ ସଂଶୋଧନ କରିବା ସହିତ ବ ।ଦ୍ ପ୍ରକିୟା ସବୁ ବୁଥସ୍ତରୀୟ କମିଟି ପକ୍ଷରୁ ବି.ଏଲ. ଏ.୨ , ମାନେ ଘରକୁ ଘର ବୁଲି ବାମଣ୍ଡା ଗ୍ରାମ ପଞ୍ଚାୟତର ସମସ୍ତ ବୁଥ ମାନଙ୍କରେ ,ଅଭିଯାନକୁ କରିବା ପାଇଁ ବକ୍ତାମାନେ ମତ ପ୍ରକାଶ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ସହିତ ମଣ୍ଡଳ ସଭାପତି ଶମ୍ଭୁ ପ୍ରସାଦ ପ୍ରଧାନ, ବିଧାନସଭା ସଂଯୋଜକ ଯୁଗଳ କିଶୋର ସାମଲ, ଗଣେଶ ନାୟକ, ସୂର୍ଯ୍ୟନାରାୟଣ ମହାପାତ୍ର, ଶମ୍ଭୁ ପ୍ରଧାନ, ମାଗୁଣି ଗାଈଗୌରିଆ, ନିହାର ରଞ୍ଜନ ମହାକୁଡ, ଶେଷ ଛାନ୍ଦ, ବିଶିକେସନ ପ୍ରଧାନ, ହୃଦାନନ୍ଦ ପ୍ରଧାନ, ସୁଦାମ ମେଣ୍ଡିଲୀ ପ୍ରମୁଖ ବହୁ କର୍ମକର୍ତ୍ତା ଓ ହିତାଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।