ଦଶପଲ୍ଲା,୨୭/୮:- ସାଧାରଣ ନିର୍ବାଚନକୁ ଆହୁରି ଅନେକଦିନ ବାକିଥିବାବେଳେ ଏବେ କିନ୍ତୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହେଲାଣି ନିର୍ବାଚନୀ ଉଷ୍ମତା । ଏହି ପରିପ୍ରେକ୍ଷୀରେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲାବି ଜେ.ଡି ସଭାପତି, ରମେଶ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ବିଶାଳ ବାଇକ୍ ଓ ଅଟୋ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହି ବାଇକ୍ ଓ ଅଟୋ ଶୋଭାଯାତ୍ରାରେ ଏକ ହଜାରରୁ ଅଧିକ ବାଇକ୍ ଓ ଅଟୋ ଦଶପଲ୍ଲାର ଆରାଧ୍ୟ ଦେବ ଶ୍ରୀଶ୍ରୀ ମହାବୀରଙ୍କ ମନ୍ଦିର ନିକଟରୁ ବାହାରି, ଗଣେଶ ବଜାର, ଲକ୍ଷ୍ମୀ ବଜାର , ମେଡ଼ିକାଲ ଛକ, ଦୁର୍ଗା ବଜାର, ବୀଣାପାଣି ବଜାର, ତ୍ରିନାଥ ବଜାର ସମେତ ସମଗ୍ର ଦଶପଲ୍ଲା ପରିକ୍ରମା କରି ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଠାରେ ରକ୍ତଦାନ ଶିବିର, ଦଶପଲ୍ଲାର ବିଭିନ୍ନ ସ୍ଥାନରେ ଶିଳାନ୍ୟାସ, ଭିତ୍ତିପ୍ର୍ରସ୍ତର ସ୍ଥାପନ କରିବା ପରେ ,ଐତିହାସିକ ମେଳିଆ ତୋଟା ଠାରେ ସମାପ୍ତ ହୋଇଥିଲା ।
ଏହି ବିଶାଳ ଶୋଭାଯାତ୍ରାରେ ନବୀନ ସରକାରଙ୍କ ସଫଳତାର ଗାଥାକୁ ଘରେଘରେ ପୁରେପୁରେ ପହଞ୍ଚାଇବା ପାଇଁ ପ୍ରୟାସ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ହଜାର ହଜାର ବିଜେଡି କର୍ମୀଙ୍କ ସମେତ ଗ୍ରାମାଞ୍ଚଳ ବହୁ ଜନସାଧାରଣ ଯୋଗ ଦେଇଥିଲେ । ଆଜିର ଏହି ବିଶାଳ ଶୋଭାଯାତ୍ରାରେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ସମେତ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା ବିଶିଷ୍ଟ ବିଜେଡିନେତା ଉପେନ୍ଦ୍ର କୁମାର ସାହୁ, ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁଙ୍କ ସମେତ ବହୁ ଏନଏସି କାଉନସିଲର, ସରପଞ୍ଚ, ସମିତିସଭ୍ୟ ଯୋଗ ଦେଇଥିଲେ ।