ବିକାଶର ନଗ୍ନ ଚିତ୍ର, ଖଟିଆରେ ବୁହାହେଲା ରୋଗୀ

0 204

ହରଭଙ୍ଗା : ବାସ୍ତବ ଚିତ୍ର ବୟାନ କରୁଛି ବିକାଶ କେତେ! ଦୁର୍ଗମ ଅଚଳରେ ପୁଣି ଖଟିଆରେ ବୁହାହେଲା ରୋଗୀ । ରୋଗୀ ଖୋଦ ୱାର୍ଡ ସଭ୍ୟାଙ୍କ ସ୍ୱାମୀ । ବିକାଶ ନାଁରେ କୋଟି କୋଟି ସରକାରୀ ରାଜସ୍ୱ ହରିଲୁଟ ହେଉଥିବା ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି । ଏମିତି ଏକ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ ତଳ ଗାଁ ପଞ୍ଚାୟତର ୧ନଂ ୱାର୍ଡ ଉଡୁଗୁଜୁ ଗ୍ରାମରେ । ଗ୍ରାମକୁ ଆମ୍ବୁଲାନ୍ସ ନ ଯିବାରୁ ଗ୍ରାମର ଖୋଦ ୱାର୍ଡ ସଭ୍ୟାଙ୍କ ସ୍ୱାମୀଙ୍କୁ ଅଧ କିଲୋମିଟର ଖଟିଆରେ ବୁହା ହେଲା । ସୂଚନା ମତେ ୱାର୍ଡ ସଭ୍ୟାଙ୍କ ସ୍ୱାମୀ ଜ୍ୱରରେ ପୀଡିତ ଥିବା ବେଳେ ହଠାତ ଦେହ ଅତ୍ୟଧିକ ଖରାପ ହେବାରୁ ଗତକାଲି ୧୦୮ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । ଖବର ପାଇ ଆମ୍ବୁଲାନ୍ସ ଆସିଲା ସତ କିନ୍ତୁ ରାସ୍ତା ଖରାପ ଥିବାରୁ ଗାଁକୁ ଯାଇପାରି ନ ଥିବାରୁ ଅଧକିଲୋମିଟର ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ଅଣାଯାଇଥିଲା । ଉକ୍ତ ଘଟଣାକୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । କାହିଁକି ନାଁ ହରଭଙ୍ଗା ବ୍ଲକରେ ମନୋରେଗା ଯୋଜନାର ଉକ୍ତ ତଳଗାଁ ପଞ୍ଚାୟତ ସର୍ବାଧିକ କାର୍ଯ୍ୟ ହୋଇଥିବା ନେଇ ରେକର୍ଡ଼ କରୁଥିବା ବେଳେ ଦେଢ଼କୋଟି ଟଙ୍କା ବିକାଶ ମୂଳକ କାର୍ଯ୍ୟ ଜନତାଙ୍କ କାର୍ଯ୍ୟରେ ଲାଗୁଛି ।

hiranchal ad1
Leave A Reply

Your email address will not be published.

eighteen + ten =