କଟକ: ପୂର୍ବତନ ପ୍ରଦେଶ କଂଗ୍ରେସ ଉପ-ସଭାପତି ,ଶୃଙ୍ଖଳା କମିଟିର ପୂର୍ବତନ ଅଧ୍ୟକ୍ଷା ତଥା ଏ.ଆଇ.ସି.ସି ସଭ୍ୟା ସନ୍ଧ୍ୟା ମହାପାତ୍ରଙ୍କ ବିୟୋଗରେ ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ ମୋକିମ ଗଭୀର ଶୋକ ପ୍ରକାଶ କରିବା ସହିତ କଂଗ୍ରେସ ଦଳ ପାଇଁ ଏକ ଅପୁରଣୀୟ କ୍ଷତି ଘଟିଲା ବୋଲି ତାଙ୍କ ଶୋକବାର୍ତ୍ତାରେ ଜଣାଇଛନ୍ତି । ସେ ଜଣେ ଦୃଢ଼ ସଂଗଠକ ଓ ପରୋପକାରୀ ଅମାୟିକ ବ୍ୟକ୍ତି ଭାବରେ ସେ ସମସ୍ତଙ୍କର ପ୍ରିୟ ଥିଲେ । ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ପହଞ୍ଚି ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ସେହି ମହାନ ଆତ୍ମା ଉଦ୍ଦେଶ୍ୟରେ ବିଧାୟକ ମୋକିମ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।