ପୁରୀରେ ମହିଳାଙ୍କ ହାତରୁ ଝାମ୍ପିନେଲେ ୩ ଲକ୍ଷ ଟଙ୍କା

0 190

ପୁରୀ : ପୁରୀରେ ମହିଳାଙ୍କ ହାତରୁ ଝାମ୍ପିନେଲେ ୩ ଲକ୍ଷ ଟଙ୍କା । ପୁରୀ ତାଳବଣିଆ ଥାନା ମଧୁବନର ଜଣେ ମହିଳାଙ୍କ ଠାରୁ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଆଉ ମହିଳା ଜଣଙ୍କ ହେଲେ ମଧୁବନ ଦ୍ୱିତୀୟ ଲେନର ୫୦ ବର୍ଷୀୟା ବିଚିତ୍ରା ବିଶ୍ୱାଳ । ସେ ନିଜ ଝିଅର ବାହାଘର ପାଇଁ ସୁନା ଗହଣା କିଣିବାକୁ ଟଙ୍କା ଉଠାଇ ଘରକୁ ଫେରୁଥିବା ଘଟିଛି ଏଭଳି ଅଭାବନୀୟ ଘଟଣା । ତେବେ ଶନିବାର ଦିନ ବିଚିତ୍ରା ଓ ତାଙ୍କ ପୁଅ ନବକଳେବର ରୋଡ଼ ଏସବିଆଇ ଶାଖାରୁ ପୂର୍ବାହ୍ନ ପ୍ରାୟ ୧୧ଟାରେ ୩ ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ଘଟିଥିଲା ଘଟଣା । ଆଉ ସେହି ସମୟରେ ଦୁଇଜଣ ଯୁବକ ଏକ ବାଇକରେ ଆସି ତାଙ୍କ ହାତରୁ ଟଙ୍କା ଝାମ୍ପିନେଇ ପଳେଇଯାଇଥିଲେ । ଟଙ୍କା ଝାମ୍ପି ନେବା ସମୟରେ ମହିଳା ଓ ତାଙ୍କ ପୁଅ ଅପ୍ରସ୍ତୁତ ହେବା ସହ ଚିତ୍କାର କରିଥିଲେ । କିଛି ବାଟ ଲୁଟେରାଙ୍କ ପଛ କରିଥିଲେ । ମାତ୍ର ଏକ ସ୍କୁଟିରେ ଲୁଟେରା ମାନେ କେଉଁ ଆଡେ ଫେରାର ହୋଇଯାଇଥିଲେ । ଏତେ ଟଙ୍କା ଲୁଟ୍‌ ହେବାରୁ ମହିଳା ମାନସିକ ଭାବେ ଭାଙ୍ଗିପଡିଛନ୍ତି । ପରିବାରରେ ଅରନ୍ଧାବଢା । ଝିଅ ବିବାହ ପାଇଁ ଗହଣା କିଣିବାକୁ ସବୁତକ ଟଙ୍କା ଚାଲିଗଲା । ତେବେ ପରିବାର ପକ୍ଷରୁ ଏ ନେଇ ତାଳବଣିଆ ଥାନାରେ ଏତେଲା ଦିଆଯାଇଥିବା ବେଳେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ଘଟଣାର ଛାନବିନ କରୁଛି । ସେପଟେ ବ୍ୟାଙ୍କ ଠାରୁ ଲୁଟ ହେବା ସ୍ଥଳ ଓ ଲୁଟେରାଙ୍କ ଗତିବିଧି ସେହି ଅଞ୍ଚଳରେ ଲାଗିଥିବା ସିସିଟିଭି ଅନୁଧ୍ୟାନ କରାଯିବା ସହିତ ପୁରୀ ପ୍ରବେଶ ପଥରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ଅନୁଧ୍ୟାନ କରାଯାଉଛି । ତେବେ ବ୍ୟାଙ୍କ କର୍ମଚାରୀ ମାନଙ୍କ ସହ ଲୁଟେରାଙ୍କ ସମ୍ପର୍କ ରହିଥିବା ଅଭିଯୋଗ କରିଛନ୍ତି ବିଚିତ୍ରା ବେହେରାଙ୍କ ପୁଅ ଓ ପରିବାର । ସେମାନଙ୍କ କହିବା କଥା ହେଉଛି ଝିଅ ବିବାଘର ପାଇଁ ଟଙ୍କା ଉଠାଇବାକୁ ନବକଳେବର ରୋଡ଼ ଏସବିଆଇ ଶାଖାକୁ ଗତ ଶୁକ୍ରବାର ଯାଇଥିଲେ । ମାତ୍ର ଏସବିଆଇ ଶାଖା ପକ୍ଷରୁ କୁହାଗଲା କି ଆଜି ଏତେ କ୍ୟାଶ ନାହିଁ । ଆସନ୍ତା କାଲି ନେବ । ଫଳରେ ସେମାନେ ଫେରି ଆସିଥିଲେ । ତାପରଦିନ ଅର୍ଥାତ ଶନିବାର ଯାଇ ଟଙ୍କା ଉଠାଇ ଆସୁଥିବା ବେଳେ ଟଙ୍କା ଲୁଟ ହୋଇଥିଲା । ତେବେ ବଡଦାଣ୍ଡରେ ଏତେବଡ ବ୍ୟାଙ୍କ ହୋଇ ବି ୩ଲକ୍ଷ ଟଙ୍କା କ୍ୟାଶ ନଥିବା ଓ ତା ପରଦିନ ନେବାପାଇଁ ଫେରାଇ ଦେବା କେତେଦୂର ଯୁକ୍ତିଯୁକ୍ତ । ଏଣୁ ଏହି ଲୁଟ ପାଇଁ ବ୍ୟାଙ୍କକୁ ଦାୟୀ କରିଛନ୍ତି ପରିବାର ଲୋକେ ।

hiranchal ad1
Leave A Reply

Your email address will not be published.

4 × 2 =