ବାଲିଗୁଡ଼ା: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏହାକୁ ନେଇ ଏବେଠାରୁ ଘର ସଜାଡ଼ିବା ଆରମ୍ଭ କରିଦେଲେଣି ବିଭିନ୍ନ ରାଜନୈତିକ ଦଳ । ସେଥିରୁ କଂଗ୍ରେସ ବା କେମିତି ବାଦ୍ ପଡ଼ିବ । ୨୦୦୪ ମସିହା ପୂର୍ବରୁ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ କଂଗ୍ରେସର ଗଡ଼ ଭାବେ ପରିଚିତ ଥିଲା । ୨୦୦୦ ମସିହାରେ ବିଜେପି ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ କଂଗ୍ରେସ ହାତରୁ ଛଡ଼ାଇ ନେଇଥିବା ବେଳେ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡ଼ି ବାଜିମାତ୍ କରିବା ସହ ବର୍ତ୍ତମାନ ସୁଦ୍ଧା ନିଜ ଅକ୍ତିଆରରେ ରଖିଛି । ଏଭଳି ପରିସ୍ଥିତିରେ ପୁଣି ଥରେ ନିଜ ଗଡ଼ ହାତେଇବାକୁ ଅଣ୍ଟା ଭିଡ଼ିଛି କଂଗ୍ରେସ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ କଂଗ୍ରେସ କରିଛି ଜନ ଜାଗରଣ ସଭା । ସମସ୍ତ ନେତୃବୃନ୍ଦ ଓ ହଜାର ହଜାର କର୍ମୀ ଏକତ୍ରିତ ହୋଇ ସ୍ଥାନୀୟ ହନୁମାନ ମନ୍ଦିର ନିକଟରୁ ବିଶାଳ ବାଇକ୍ ନାଲି ସହ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ସଭାଗୃହ ଠାରେ ପହଁଚି ଥିଲେ । ସେଠାରେ ଏକ ସାଧାରଣ ସଭାରେ ରାଜ୍ୟ ସଭାପତି ଶରତ ପଟ୍ଟନାୟକ ଓ ରାଜ୍ୟ ପ୍ରଭାରୀ ଗାଁ.ଚେଲ୍ଲା କୁମାରଙ୍କ ସମେତ ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ବିଧାୟକ ସୁରେଶ ରାଉତରାୟ, ତାରାପ୍ରସାଦ ବାହିନୀପତି, ରମେଶ ଜେନା, ଦାଶରଥି ଗମାଙ୍ଗ ଯୋଗ ଦେଇ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ । ଜିଲ୍ଲା ସଭାପତି ଅନାମ ନାୟକ, ଯୁବ ନେତା ମନୋଜ କୁମାର ଆଚାର୍ଯ୍ୟଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ନେତା ଓ କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିବା ଦେଖିବାକୁ ମିଳିଥିଲା । ଏଥିସହିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବହୁ ସଂଖ୍ୟାରେ ଅନ୍ୟ ଦଳର କର୍ମୀ ନିଜ ଦଳ ଛାଡ଼ି କଂଗ୍ରେସରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡ଼ି ସରକାରକୁ ଭର୍ତ୍ସନା କରିବା ସହ ଆଉ ଏ ମିଛ ରାଜନୀତି ଚଳିବ ନାହିଁ । ଆଜି କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବାଲିଗୁଡା ଠାରେ ଏକ ବିଶାଳ ଜନଜାଗରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଭାରୀ ଡଃ ଚେଲ୍ଲାକୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ରାଜ୍ୟର ବରିଷ୍ଠ ନେତୃବୃନ୍ଦଙ୍କ ସମେତ ହଜାର ହଜାର କର୍ମୀ ଯୋଗଦେଇଥିଲେ । କଂଗ୍ରେସ ପାରିବାରକୁ ସଶକ୍ତ, ସଙ୍ଗଠିତ ଓ ସଫଳ କରିବା ପାଇଁ ଏହି ଜନଜାଗରଣ ସଭା କରାଯାଇଛି । ନବୀନ ବାବୁ ନିଜକୁ ସ୍ୱଚ୍ଛ ଶାସକ କହୁଛନ୍ତି ହେଲେ ଓଡିଶାର ସମସ୍ତ କାମ ଲାଂଚ ନେଲେହିଁ ହୋଇଥାଏ । ଜନତା କାହାକୁ ଏହାର ଅଭିଯୋଗ କରିବେ ବୋଲି ଜାଣପାରୁ ନାହାନ୍ତି । ରାଜ୍ୟରେ ପିସି ସରକାର ଚାଲିଛି, ଜନପ୍ରତିନିଧି ଏଠି କଣ୍ଢେଇ ସାଜିଛନ୍ତି, ଅଫିସର ମନମୁଖି ଶାସନ କରୁଛନ୍ତି, ଓଡିଶା ବାହାର ଲୋକ ଓଡିଶାକୁ ଲୁଟି ଚାଲିଛନ୍ତି, ମହିଳା ସଶକ୍ତିକରଣ କଥା କହୁଥିବା ବିଜେଡି ମଣିପୁର ଲୋମହର୍ଷଣକାରୀ ଘଟଣାରେ ବିଜେପିକୁ ସମର୍ଥନ କରି ନିଜର ଅସଲ ଚେହେରା ସାମନାକୁ ଆଣିଛି । କଂଗ୍ରେସ ଦଳ ଏକତା ଓ ଦୃଢତାର ସହ ଏହି ଅଗଣତାନ୍ତ୍ରିକ ସରକାରଙ୍କ ଦୁର୍ନୀତି କୁ ଲୋକଲୋଚନକୁ ଆଣିବ । ଜନତା ଆଗାମୀ ନିର୍ବାଚନରେ ଅଗଣତାନ୍ତ୍ରିକ ସରକାରକୁ ଉଚିତ ଜବାବ ଦେବେ ଆଗାମୀ ସାଧାରଣ ନିର୍ବାଚନରେ ବୋଲି କହିଛନ୍ତି ରାଜ୍ୟ ସଭାପତି ଶରତ ପଟ୍ଟନାୟକ । ସେପଟେ ବିଜେଡିକୁ ଘାରିଛି ଇଡି ଭୟ । ଏଣୁ ବିଜେଡି,ବିଜେପି ସହ ସଲାସୁତୁରା ରାଜନୀତି କରୁଛି ବୋଲି କହିଛନ୍ତି ତାରା । ହେଲେ କଂଗ୍ରେସର ଏହି ଜନ ଜାଗରଣ ଅଭିଜାନ କେତେଦୁର ସଫଳତା ହାସଲ କରୁଛି ତାହା ଆଗାମୀ ସାଧାରଣ ନିର୍ବାଚନର ଫଳାଫଳ ପରେ ହିଁ ଜଣାପଡ଼ିବ ।