ଉଦ୍ଧାର ହେଲା ମନ୍ଦିରରୁ ଚୋରି ହୋଇଥିବା ଧାତୁ ମୂର୍ତ୍ତି

0 160

ସୁବର୍ଣ୍ଣପୁର: ଗତ ରାତିରେ ମନ୍ଦିରରୁ ଚୋରି ହୋଇଥିବା କିଛି ମୂର୍ତ୍ତି ନାଟକୀୟ ଭାବରେ ଆଜି ଦିନବେଳା ଉଦ୍ଧାର ହୋଇଛି । ସୋନପୁର ଜିଲ୍ଲା ସଦର ମହକୁମାର କେନ୍ଦ୍ର ସ୍ଥଳରେ ରହିଥିବା ପଂଚରଥ ମନ୍ଦିରରୁ ଗତ ରାତିରେ ଚୋରି ହୋଇଥିବା କିଛି ଧାତୁ ମୂର୍ତ୍ତି ଆଜି ଉଦ୍ଧାର ହୋଇଛି । ସୋନପୁର-ବଲାଙ୍ଗୀର ରାସ୍ତାର ଝିଙ୍କି ଟିକ୍ରା ନିକଟରେ ଏକ ରଙ୍ଗ ମିସ୍ତ୍ରୀ ରଙ୍ଗକାମ କରୁଥିବା ସମୟରେ ଜଣେ ଯୁବକ ଆସି କିଛି ସାମଗ୍ରୀ ବିକ୍ରୀ କରିବାକୁ ଚାହିଁଥିଲା । ରଙ୍ଗ ମିସ୍ତ୍ରୀ ଜଣକ କି ସାମଗ୍ରୀ ବୋଲି ପଚାରିବାରୁ ଯୁବକ ଜଣକ ଗୋଟିଏ ବ୍ୟାଗରୁ କିଛି ଧାତୁ ମୂର୍ତ୍ତୀ ଦେଖାଇଥିଲା । ଫଳରେ ରଙ୍ଗ ମିସ୍ତ୍ରୀ ଏହା ଚୋରି ସାମଗ୍ରୀ ବୋଲି ସନ୍ଦେହ କରିବାସହ ଉକ୍ତ ଯୁବକକୁ ଧରି ପକାଇଥିଲେ । ହେଲେ ଯୁବକ ଜଣକ ଚତୁରତାର ସହ ବ୍ୟାଗ ଛାଡି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ବ୍ୟାଗ ଭିତରେ ଗୋଟିଏ ଶିବ, ପାର୍ବତୀ, ବିଷ୍ଣୁ, ଗଣେଶ ସହ ଏକ କଳଶ ଏବଂ ଘଣ୍ଟି ରହିଥିବା ଜଣାପଡିଛି । ତେବେ ଏନେଇ ରଙ୍ଗ ମିସ୍ତ୍ରୀ କିରଣ ଚରଣ ଦାସ ସୋନପୁର ଥାନାକୁ ଆସି ଉକ୍ତ ସାମଗ୍ରୀ ସବୁକୁ ଜମା ଦେଇଛନ୍ତି । ସେପଟେ ସୋନପୁର ସହର ପଂଚରଥ ମନ୍ଦିରରୁ ଗତ ରାତିରେ କିଛି ସାମଗ୍ରୀ ଚୋରି ହୋଇଥିବାନେଇ ଥାନାରେ ମାମଲା ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏହା ପଂଚରଥ ମନ୍ଦିରରୁ ଚୋରି ହୋଇଥିବା ସମସ୍ତ ସାମଗ୍ରୀ ବୋଲି ଆଇଆଇସି ପଦ୍ମାସିନୀ ମେହେରଙ୍କ ସୁତ୍ରରୁ ପ୍ରକାଶ ।

hiranchal ad1
Leave A Reply

Your email address will not be published.

two × 2 =