ହରଭଙ୍ଗା: ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଓ ୟାରା ଅନୁଷ୍ଠାନ ଆନୁକୂଲ୍ୟରେ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ମୁଖ୍ୟ ଉପଦେଷ୍ଟା କାର୍ତ୍ତିକେଶ୍ୱର ନାୟକଙ୍କ ସଭାପତିତ୍ୱରେ ବ୍ଲକ ସ୍ତରୀୟ ଯୁବା ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜାତୀୟ ଯୁବ ପ୍ରକଳ୍ପର ରାଜ୍ୟ ସଂଯୋଜକ ମଧୁସୂଦନ ଦାସ ଯୋଗଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ରିସର୍ସ ପର୍ସନ ଭାବେ ପ୍ରଥମ ପର୍ଯ୍ୟାୟରେ ବରିଷ୍ଠ ସାମ୍ବାଦିକ ରଘୁନାଥ ଷଡ଼ଙ୍ଗୀ ଯୋଗଦେଇ ସ୍ୱାବଲମ୍ବୀ ଭାରତ ପ୍ରସଙ୍ଗ ଉପରେ ଯୁବକଯୁବତୀ ମାନଙ୍କ ସହ ଆଲୋଚନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଶିଳ୍ପଦ୍ୟୋଗୀ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡ଼କ୍ଟର ଇଂ. ସଞ୍ଜୟ କୁମାର ପଣ୍ଡା ଯୋଗ ଦେଇ କେବଳ ସରକାରୀ ଚାକିରୀ ପ୍ରତି ଆକୃଷ୍ଟ ନହୋଇ ନିଜ ଭିତରେ ଥିବା ଦକ୍ଷତା ଓ ଜ୍ଞାନ କୌଶଳକୁ ପ୍ରୟୋଗ କରି କୁଟୀର ଶିଳ୍ପର ବିକାଶ ସହ ଜିଡିପି ବଢାଇଲେ ଦେଶର ଅର୍ଥନୀତି ବୃଦ୍ଧି ହେବା ସହ ନିଜେ ମଧ୍ୟ ଆତ୍ମନିର୍ଭରଶୀଳ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଉଦବୋଧନ ଦେଇଥିଲେ । ଜାତୀୟ ଯୁବ ସ୍ୱେଚ୍ଛାସେବୀ ସୁଧିର ଦୀପ ସ୍ୱାଗତ ଭାଷଣ ଦେଇଥିବା ବେଳେ ସୁପ୍ରିୟା ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ଧରଣୀଧର ବିଭାର, ମନୋଜ ଭୋକ୍ତା, ଶ୍ରୀତମ କଲତା ସହଯୋଗ କରିଥିଲେ ।