ଶିକ୍ଷୟତ୍ରୀଙ୍କ ମହାନତା, ରେଡକ୍ରସ ପାଣ୍ଠିକୁ ଦାନ କଲେ ପାଞ୍ଚ ଲକ୍ଷ ଟଙ୍କା

0 691

ନନ୍ଦାହାଣ୍ଡି : ମହାନତା ଦେଖେଇଛନ୍ତି ଶିକ୍ଷୟତ୍ରୀ । ନିଜ ମୃତ ଝିଅର ମେଧାବୀ ପୁରସ୍କାର ରାଶି ପାଞ୍ଚ ଲକ୍ଷ ଟଙ୍କାକୁ ଜିଲ୍ଲା ରେଡକ୍ରସ ପାଣ୍ଠିକୁ ଦାନ କରି ଦେଇଛନ୍ତି । ନବରଙ୍ଗପୁର ଜିଲ୍ଲାପାଳ ଚେକ୍‌ ଆକାରରେ ଏହି ଅର୍ଥ ରାଶି ଗ୍ରହଣ କରିଛନ୍ତି । ଆଜି ନବରଙ୍ଗପୁର ଜିଲ୍ଲା ପୌରପାଳିକାଠାରେ ନିଜ ଝିଅଙ୍କ ଆତ୍ମାର ଶାନ୍ତି ନିମନ୍ତେ ଏହି ରାଶି ପ୍ରଦାନ କରିଛନ୍ତି । ମଣିଷ ପଣିଆର ଏକ ଜ୍ୱଳନ୍ତ ଉଦାହରଣ ପାଲଟି ଯାଇଛନ୍ତି ଶିକ୍ଷୟିତ୍ରୀ ରଶ୍ମିତା ସେଠି । ପେଶାରେ ସେ ଜଣେ ଶିକ୍ଷୟିତ୍ରୀ ଓ ସେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡା ପଞ୍ଚାୟତ ଅନ୍ତର୍ଗତ ମିରଗାନଗୁଡାରେ ବାସ କରନ୍ତି । ସେ ଆଜି ନିଜ ମୃତ ଝିଅର ସ୍କୋଲାରସିପ ଟଙ୍କା ପାଞ୍ଚ ଲକ୍ଷକୁ ନବରଙ୍ଗପୁର ରେଡକ୍ରସରେ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ ପ୍ରଦାନ କରିଛନ୍ତି । ଏହି ଅବଦାନ ବଦଳରେ ଅନେକ ଝିଅ ନିଶ୍ଚିତ ଭାବରେ ଭଲ ଚିକିତ୍ସା ପାଇପାରିବେ ଏବଂ ସେମାନଙ୍କ ଜୀବନ ରକ୍ଷାରେ ଏହି ରାଶି ନିଶ୍ଚିତ ଭାବରେ ସହଯୋଗ କରିବ ବୋଲି ସେ ଆଶା ରଖିଛନ୍ତି । ସେ ଯେଉଁ ଦୁଃଖ ପାଇଛନ୍ତି ତାଙ୍କର ଏହି ସହଯୋଗ ଅନେକ ମାଙ୍କ ମୁହଁରେ ହସ ଫୁଟେଇ ପାରିବ ବୋଲି କହିଛନ୍ତି । ତାଙ୍କର ଏହି ପଦକ୍ଷେପକୁ ଅଂଚଳବାସୀ ଖୁବ ପ୍ରଶଂସା କରିଛନ୍ତି । ଏକ ଭାବବିହଳ ପରିବେଶରେ ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ର ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀଙ୍କ ଉପସ୍ଥିତିରେ ଏହି ଚେକ୍‌ ଗ୍ରହଣ କରିଥିଲେ ଓ ମୃତା ଦିବ୍ୟମୟୀଙ୍କ ଆତ୍ମାର ସଦଗତି କାମନା କରିଥିଲେ । ଯେଉଁ ମହତ ଉଦ୍ଦେଶ୍ୟ ନେଇ ରଶ୍ମିତା ଏହି ଅର୍ଥ ଦାନ କରିଛନ୍ତି ନିଶ୍ଚିତ ଭାବେ ସାଧନା ହେବ । ଅସହାୟଙ୍କ ସାହାଯ୍ୟରେ ଏହି ଅର୍ଥ ବିନିଯୋଗ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ନିଜ ଝିଅ ଦିବ୍ୟମୟୀ ପତିକା ଜଣେ ରକ୍ତ ଶିଙ୍କୁଳି ରୋଗୀ ଥିଲେ । ଅଳ୍ପ ବୟସରେ ଗତ ଛଅ ମାସ ତଳେ ସେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ନାମରେ ଥିବା ସବୁ ମେଧାବୀ ପୁରସ୍କାର ରାଶି ଓ ସଞ୍ଚିତ ଅର୍ଥକୁ ଦାନ କରିଥିବା ଶିକ୍ଷୟତ୍ରୀ ଜଣକ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

18 − eight =