ପିକଅପ ଭ୍ୟାନ ଓ ଟଙ୍କା ଛଡାଇବା ଘଟଣା, ୩ ଜଣଙ୍କୁ ଗିରଫ କଲା ଚମ୍ପୁଆ ପୋଲିସ

0 373

ଚମ୍ପୁଆ: ଗତ ୨ ତାରିଖ ଚିମିଳାଠାରେ ପିକଅପ ଭ୍ୟାନ ସହ ଟଙ୍କା ଛଡାଇ ନେବା ଘଟଣାରେ ତଦନ୍ତ କରି ୩ ଜଣଙ୍କୁ ଗିରଫ କରିବାରେ ଚମ୍ପୁଆ ପୋଲିସ ସଫଳ ହୋଇଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨ ତାରିଖ ରାତି ୯.୩୦ ମିନିଟ ସମୟରେ କୁମାରଡୁଙ୍ଗି ଅଂଚଳର ଦିନେଶ ପଲେଇ ଓ ତାଙ୍କ ସାଙ୍ଗ ଲିଟୁନ ମାଟିଆ ସହ ନିଜ ପିକଅପ ଭ୍ୟାନ ନମ୍ବର ଜେଏଚ୍‌ ୦୫ ବିଇ ୫୮୭୨ ରେ ଗୁଆଲିରୁ କୁମାରଡୁଙ୍ଗି ଫେରୁଥିଲାବେଳେ ଚିମିଳା ଫୁଟବଲ ପଡିଆ ଠାରେ ୨ ଜଣ ବସି ବିଶ୍ରାମ କରୁଥିଲେ । ଏହି ସମୟରେ ୨ ଗୋଟି ମଟର ସାଇକେଲରେ ୬ ରୁ ୭ ଜଣ ଯୁବକ ତାଙ୍କ ପାଖରେ ପହଁଚି ଠେଙ୍ଗାରେ ବାଡାଇ ଲହୁଲୁହାଣ କରିବା ସହିତ ତାଙ୍କ ପିକଅପ ଭ୍ୟାନ ଓ ଟଙ୍କା ଛଡାଇ ନେଇଯାଇଥିଲେ । ଏ ନେଇ ଦିନେଶଙ୍କ ପକ୍ଷରୁ ଚମ୍ପୁଆ ଥାନାରେ ଅଭିଯୋଗ ହୋଇଥିଲା । ଚମ୍ପୁଆ ଥାନା ପକ୍ଷରୁ କେସ ନମ୍ବର ୧୩୬/୨୩ରେ ମାମଲା ରୁଜୁ କରି ପୋଲିସ ଚିମିଳା ଓ କଦଗଡିଆ ସମେତ ବିଭିନ୍ନ ଅଂଚଳରେ ଚଢାଉ କରି ୩ ଜଣଙ୍କୁ ଗିରଫ କରିବାରେ ସଫଳ ହେବା ସହିତ ପିକଅପ ଭ୍ୟାନ, ମଟର ସାଇକେଲ ଓ ବ୍ୟବହୃତ ହୋଇଥିବା ବାଉଁଶ ଠେଙ୍ଗା ଜବତ କରିବା ସହିତ ୩ ଜଣଙ୍କୁ କୋର୍ଟ ଫରୱାର୍ଡ କରିଛନ୍ତି ।

hiranchal ad1
Leave A Reply

Your email address will not be published.

6 + 14 =