ଓଡିଶା ପୁନର୍ଗଠନ ପାଇଁ ରାଜ୍ୟସ୍ତରୀୟ ଯୁବ ଶିବିର ଉଦଯାପିତ

0 115

ହରଭଙ୍ଗା,୪/୯- ବୌଦ୍ଧ ଜିଲ୍ଲା ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ତିନିଦିନିଆ ରାଜ୍ୟସ୍ତରୀୟ ଯୁବଶିବିର ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ସକାଳୁ ଏକ ସଦଭାବନା ପଦଯାତ୍ରା କଲେଜ ପରିସରରୁ ବାହାରି ଭୈରବୀ ମନ୍ଦିର ପର୍ଯ୍ୟନ୍ତ ଯାଇ ଲୋକଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ । ଏହାପରେ ଅପରାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ତୋଫାନ ପରି ଫାଉଣ୍ଡେସନର ସଭାପତି ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ ଯୋଗଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ସାମଲ, ଜାତୀୟ ଯୁବ ପ୍ରକଳ୍ପର ରାଜ୍ୟ ସଂଯୋଜକ ମଧୁସୂଦନ ଦାସ, ଅଖିଳ ଭାରତୀୟ ମାରୱାଡି ଯୁବମଂଚର ସାଧାରଣ ସମ୍ପାଦକ ସୁନ୍ଦର ପ୍ରକାଶ ଅଗ୍ରୱାଲ, ଫାଉଣ୍ଡେସନ ଉପଦେଷ୍ଟା ମନୋଜ ପ୍ରଧାନ, ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ରମେଶ ଚନ୍ଦ୍ର ତାରେଣିିଆ, ଜାତୀୟ ଯୁବ ପ୍ରକଳ୍ପର ବୌଦ୍ଧ ଜିଲ୍ଲା ସଂଯୋଜକ ସୀତାକାନ୍ତ ସିଂହ, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ଭୋଇ ପ୍ରମୁଖ ମଞ୍ଚାସୀନ ରହି ଓଡିଶା ପୁନର୍ଗଠନ ଉପରେ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ । ଏଥିରେ ଓଡ଼ିଶାର ଜିଲ୍ଲାର କୋଣ ଅନୁକୋଣରୁ ୧୮୦ ଜଣ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ ଓ ବିକଶିତ ଓଡିଶା ପୁନର୍ଗଠନରେ ସଂକଳ୍ପ ନେଇଥିଲେ । ତୋଫାନ ପରି ଫାଉଣ୍ଡେସନ ଓ ଜାତୀୟ ଯୁବ ପ୍ରକଳ୍ପ ମିଳିତ ଆନୁକୂଲ୍ୟରେ ଆୟୋଜିତ ଶିବିରରେ ଓଡିଶା ପୁନର୍ଗଠନ ପାଇଁ ସ୍ୱଚ୍ଛ ଗାଁ ସବୁଜ ଗାଁ, ସ୍ୱାବଲମ୍ବୀ ଗାଁ, ସଦଭାବନା ଗାଁ ଓ ସ୍ୱାଭିମାନୀ ଗାଁର ଏକ ନିଖୁଣ ଚିତ୍ର ଆଙ୍କିବା ସହ ବିଭିନ୍ନ କାର୍ଯ୍ୟକ୍ରମର ଖସଡ଼ା ତିଆରି କରାଯାଇଛି । ସମସ୍ତ ଶିବିରାର୍ଥୀ ମାନଙ୍କୁ ୧୦ଟି ଦଳ ଗଠନ କରାଯାଇ ପୁଙ୍ଖାନୁପୁଙ୍ଖ ଭାବେ ଚର୍ଚ୍ଚାକରି କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଯଥା ନିଜ ଗାଁକୁ ସଫା ସୁତୁରା କରିବା, ଗାଁ ଗ୍ରାମର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟ ଆଗେଇ ନେବା ,ଗ୍ରାମ ମାନଙ୍କରେ କୁଟୀର ଶିଳ୍ପର ବିକାଶ, ଅଣକୁଶଳୀ ଲୋକଙ୍କୁ କୁଶଳୀ କରିବା, ସରକାରୀ ଯୋଜନା ସହିତ ଯୁବପୀଢିିଙ୍କୁ ସମ୍ପୃକ୍ତ କରେଇବା ଓ ଗ୍ରାମରେ ଲୋକଙ୍କୁ ଶାନ୍ତି ସଦଭାବନା କରିବା ସହିତ ହିଂସା ମୁକ୍ତ, ନିଶା ମୁକ୍ତ ବେକାରୀ ମୁକ୍ତ ଗାଁର ପରିକଳ୍ପନା କରି ଗ୍ରାମବିକାଶକୁ ତ୍ୱରାନ୍ୱିତ କରିବାପାଇଁ ପରିକଳ୍ପନା କରାଯାଇଥିଲା । ଏଥିସହିତ ଆଗାମୀ ୨୦୪୭ ରେ ଏକ ବିକଶିତ ଭାରତର ପୁନର୍ଗଠନ ପାଇଁ ଯୁବକଙ୍କ ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା । ତିନିଦିନ ଧରି ତାଲିମଦାତା ଭାବେ ଡ଼. ପ୍ରବିର କୁମାର ଦାସ, ସଂଗ୍ରାମ କେଶରୀ ସାମନ୍ତରାୟ, ରାନୁ ରଞ୍ଜିତା ମହାନ୍ତି, ସୋମ ଭାଇ, ଅମୃତା ସିଂ, ସୁମନ୍ତ କେର୍କେଟା ପ୍ରମୁଖ ବିଶିଷ୍ଟ ତାଲିମଦାତା ଭାବେ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶଙ୍କର୍ଷଣ ମହାନ୍ତି, ଶ୍ରଦ୍ଧାଞ୍ଜଳି ରାଉତରାୟ, ଚନ୍ଦନ ମେହେର, ଇଂମଟ୍ୟାଜ ଖାଁ, ଆଶିଷ ପାତ୍ର ,ପ୍ରତ୍ୟସ ବାଦୀ, ସୁପ୍ରିୟା ଦେହୁରୀ, ସତ୍ୟବାନ ମେହେର, ରଶ୍ମିତା ପ୍ରଧାନ, ଅମରେଶ୍ୱର ମହାକୁଳ, ଧରଣୀ ବିଭାର, ମନୋଜ ଭୁକ୍ତା, ସୁଧୀର ଦୀପ, ଯସ୍ମୀନ କୌଶର, ସୁନିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିବାସହ ମହାବିଦ୍ୟାଳୟର ସମସ୍ତ କର୍ମଚାରୀମାନେ ମଧ୍ୟ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ସମ୍ପାଦକ ତୋଫାନ ପରିଡା ପରିଚାଳନା କରିଥିଲେ । ଶେଷରେ ଆସମାନ ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଯୁବ ରେଡ଼କ୍ରସ ତରଫରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ଏହାକୁ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ସୁରେଶ୍ୱର ଯୋଶୀ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

12 + nine =