ପୁରୀ : ପବିତ୍ର ଗୁରୁଦିବସରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷ ସ୍ନାତକୋତ୍ତର ଓଡ଼ିଆ ପାଠ୍ୟକ୍ରମ ଶୁଭାରମ୍ଭ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପୁରୀ ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ନିମନ୍ତେ ଚଳିତ ଶିକ୍ଷା ବର୍ଷ ପାଇଁ ନାମଲେଖା ଶେଷ ହୋଇଥିବା ବେଳେ ଆଜି ଠାରୁ ପାଠ ପଢା ଆରମ୍ଭ ହୋଇଛି । ଗୁରୁ ଦିବସ ଠାରୁ ଅସ୍ଥାୟୀ ଭାବରେ ସତ୍ୟବାଦୀ ର ପାନ୍ଥଶାଳାରେ ପାଠ ପଢା ଆରମ୍ଭ ହୋଇଛି । ବିଶ୍ୱବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ୍ ନିର୍ମାଣାଧୀନ ରହିଛି । ବିଶ୍ୱବିଦ୍ୟାଳୟରେ ତିନୋଟି ବିଭାଗରେ ପ୍ରାୟ ୭୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରିବା ପାଇଁ ନାମ ଲେଖାଇଛନ୍ତି । ଗୁରୁ ଦିବସରେ ଛାତ୍ରଛାତ୍ରୀ ମାନଙ୍କର ପାଠ ପଢା ଆରମ୍ଭ ହୋଇଛି ।
ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗ ଦେଇ ଓଡ଼ିଆ ବିଶ୍ୱ ବିଦ୍ୟାଳୟରେ ପାଠ ପଢାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ଛାତ୍ର ଛାତ୍ରୀ ଙ୍କ ପାଠ ପଢା ଆରମ୍ଭ ହୋଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେହିପରି ଗୁରୁ ଦିବସ ଅବସରରେ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମୁଖ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପାଠ୍ୟକ୍ରମ ଶୁଭାରମ୍ଭ ଦିବସରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବିଶ୍ୱବିଦ୍ୟାଳୟ କୁଳପତି ଡ. ସବିତା ପ୍ରଧାନ, ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ରମାକାନ୍ତ ନାୟକ, ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ, ପୁରୀ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଏଡିଏମଙ୍କ ସହିତ ସ୍ଥାନୀୟ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post