ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କ ମୃତ୍ୟୁ, ଶବକୁ ଗାଁକୁ ଆଣିବା ପାଇଁ ପ୍ରଶାସନ ନିକଟରେ ନିବେଦନ

0 390

ହରଭଙ୍ଗା : ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାଇ ବୌଦ୍ଧ ଜିଲ୍ଲା ବୌଦ୍ଧ ଥାନା କୋଡାପଡା ଗ୍ରାମର ବିଛନ୍ଦ ବାଘ (୩୭) ଦାଦନ ପାଇଁ ୭ ବର୍ଷ ହେଲା ତାମିଲନାଡୁର କୋଇମାତୁର ଜିଲ୍ଲା ଲକ୍ଷ୍ମୀ ଗାର୍ଡେନ ଅଞ୍ଚଳର ରିସୁଲ ଷ୍ଟିଲ ଇଣ୍ଡଷ୍ଟ୍ରି ନାମକ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଗତ କିଛିଦିନ ହେଲା ତାଙ୍କର ଦେହ ଅସୁସ୍ଥ ଥିବାରୁ ଡାକ୍ତରଖାନାକୁ ଯାଇ ଚିକିତ୍ସା ହୋଇ କମ୍ପାନୀକୁ ଫେରିଥିଲେ । ଗତ ସୋମବାର ଦିନ କମ୍ପାନୀରେ କାର୍ଯ୍ୟ କରୁଥିବା ସମୟରେ ହଠାତ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ପୁନଃ ତାଙ୍କୁ ସ୍ଥାନୀୟ ମେଡିକାଲ ନିଆଯାଇଥିଲା । ସେଠାରେ ସେ ଗୁରୁତର ହେବାରୁ କୋଈ ମାତୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ବର୍ତ୍ତମାନ ମୃତ ଶରୀର ବ୍ୟବଚ୍ଛେଦ ହୋଇପାରିନି । ଶ୍ରମିକଙ୍କ ମୃତ୍ୟୁ ନେଇ କାର୍ଯ୍ୟରତ ଥିବା ସମସ୍ତ ଶ୍ରମିକ ମୃତ ଶ୍ରମିକଙ୍କ ପରିବାରଙ୍କୁ କ୍ଷତି ପୂରଣ ଦାବି ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି । ଅନ୍ୟପଟେ ମୃତ ବିଛନ୍ଦ ବାଘ ଘରର ଗୋଟିଏ ପୁଅ ହୋଇଥିବା ବେଳେ ପୁରା ପରିବାର ବୃଦ୍ଧ ବାପା ମା, ସ୍ତ୍ରୀ ଏବଂ ଛୋଟ ଦୁଇଟି ପୁଅଝିଅ ସମସ୍ତେ ତାଙ୍କ ଉପରେ ନିର୍ଭର କରୁଥିଲେ । ପୁଅର ଏଭଳି ଖବର ଶୁଣିବା ପରେ ପୁରା ପରିବାର ଭାଙ୍ଗି ପଡ଼ିଛନ୍ତି । ମୃତ ଶରୀରକୁ ଘରକୁ ଆଣିବା, ସରକାରୀ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଗ୍ରାମବାସୀ ନିବେଦନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

20 + 19 =