କଟକ : ମୋକିମ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଟାଉନ ହଲ ଠାରେ ଗୁରୁ ଦିବସ ଉପଲକ୍ଷେ “ଗୁରୁ ବନ୍ଦନା” କାର୍ଯ୍ୟକ୍ରମ ମାଧ୍ୟମରେ କଟକ ସହରର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶୈଳବାଳା ମହିଳା ମହାବିଦ୍ୟାଳୟ ପୂର୍ବତନ ପ୍ରିନ୍ସିପାଲ ସଂଯୁକ୍ତା ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପାଇଥିବା ମାନସିଂପାଟଣା ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷିକା ଶ୍ରୀମତୀ ଅନୁଷୟା ମିଶ୍ର ଯୋଗଦେଇ ଦେଶର ଭବିଷ୍ୟତ ଗଢିବାରେ ଗରୁ ମାନଙ୍କର ଏକ ପ୍ରମୁଖ ଯୋଗଦାନ ବୋଲି କହି ଉପସ୍ଥିତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଧର୍ମାନନ୍ଦ ବେହେରା ଯୋଗଦେଇଥିଲେ । ପ୍ରାରମ୍ଭରେ ମୋକିମ ଫାଉଣ୍ଡେସନର ଫାଉଣ୍ଡର ବିଧାୟକ ମହମ୍ମଦ ମୋକିମ ଉପସ୍ଥିତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏକ ସୁନ୍ଦର, ସୁସ୍ଥ ଓ ଶିକ୍ଷିତ ସମାଜ ଗଠନ ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ଏକ ବଡ଼ ଅବଦାନ ରହିଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ମୋକିମ ଫାଉଣ୍ଡେସନର ଟ୍ରଷ୍ଟି ଯୁବ ସମାଜସେବୀ ତଥା ଯୁବ ଉଦ୍ଯୋଗୀ ମହମ୍ମଦ ଅଲିମ ଉପସ୍ଥିତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ ଦେବା ସହ ମୋକିମ ଫାଉଣ୍ଡେସନ ଆଗକୁ ଆହୁରି ଆହୁରି କାର୍ଯ୍ୟକ୍ରମ କରିବ ବୋଲି କହିଥିଲେ । ଅଶୋକ କୁମାର ପଣ୍ଡା, କିଶୋର ଦାସ, ଡ କ୍ଷୀରୋଦ ଚନ୍ଦ୍ର ସାହୁ, ନୃସିଂହ ଚରଣ ସାହୁ, ସୁଜାତା ପଣ୍ଡା, ସୁକାନ୍ତି ରାୟ, ମାମିନାରାଣୀ ପଣ୍ଡା, ବସନ୍ତ ନନ୍ଦ ପ୍ରମୁଖ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୋକିମ ଫାଉଣ୍ଡେସନ ସୌରଭ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭ ପଣ୍ଡା, ରୌପ୍ୟ ରଞ୍ଜନ ମହାପାତ୍ର, ବିକ୍ରମ ବିଶ୍ଵାଳ, ବିକ୍ରମ ସାମଲ, ସେକ ଶିଡିକ ପ୍ରମୁଖ ପରିଚାଳନା କରିଥିଲେ ।