ପୁରୀରେ ଇଣ୍ଟରନ୍ୟାସନାଲ୍‌ ପରଫରମିଂ ଆର୍ଟସ୍‌ ଫେଷ୍ଟିଭାଲ୍‌ର ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ

0 106

ପୁରୀ : ପୁରୀରେ ଦ୍ୱିତୀୟ ବର୍ଷ ପାଇଁ ଇଣ୍ଟରନ୍ୟାସନାଲ୍‌ ପରଫରମିଂ ଆର୍ଟସ୍‌ ଫେଷ୍ଟିଭାଲ୍‌ (ଆଇପିଏଏଫ୍‌ ) ଆୟୋଜନ କରାଯାଇଛି । ଟାଉନ୍‌ ହଲ୍‌ରେ ଆୟୋଜିତ ଏହି ଉତ୍ସବକୁ ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବେଶ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସେଥିରେ ସାମିଲ ଥିଲା ପଦ୍ମଭୂଷଣ ଓ ଗ୍ରାମି ପୁରସ୍କାର ବିଜେତା ପଣ୍ଡିତ ବିଶ୍ୱ ମୋହନ ଭଟ୍ଟଙ୍କ ମୋହନ ବୀଣା ଓ ବିଶିଷ୍ଟ ତବଲା ବାଦକ ପ୍ରଦ୍ୟୁତ ମୁଖାର୍ଜୀୟଙ୍କ ପ୍ରଦର୍ଶନ । ବନାରସ ଓ କୁଡାଉସିଂହ ଘରାନାର ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କଥକ ନୃତ୍ୟ ଶିଳ୍ପୀ ଡକ୍ଟର ଖୁସବୁ ପାଂଚାଳ କଥକ ନୃତ୍ୟ ପରିବେଷଣ କରିଥିଲେ । ପୁରୀର ଘୋଡ଼ା ବଜାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଲୋକ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ଓଡ଼ିଶା ସଙ୍ଗୀତ ପରିଷଦ ପକ୍ଷରୁ ମଧ୍ୟ ଲୋକ ନୃତ୍ୟ ପରିବେଷଣ କରାଯାଇଥିଲା । ବିଭିନ୍ନ ଦେଶର ପାରମ୍ପରିକ କଳାକୃତିର କଳାକାରମାନଙ୍କୁ ଏକତ୍ରୀତ କରି ଓ ବିଶ୍ୱର ବିଭିନ୍ନ ନୃତ୍ୟ କଳାର ସମିଶ୍ରଣକୁ ଉପସ୍ଥାପନ କରିବା ଲାଗି ଏକ ମଂଚ ପ୍ରଦାନ କରି ଆମ ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ କରିବାକୁ ଆନ୍ତର୍ଜାତିକ ପରଫରମିଂ” ଆର୍ଟସ୍‌ ଉତ୍ସବ ଲକ୍ଷ୍ୟ ରଖିଛି । ଏହି ଉତ୍ସବ ପକ୍ଷରୁ ଦିବ୍ୟାଙ୍ଗ କଳାକାର ଏବଂ ଯୁବ କଳାକାରମାନଙ୍କୁ କିମ୍ବଦନ୍ତୀ କଳାକାରମାନଙ୍କ ସହ ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରାଯାଉଛି । ପରଫରମିଂ ଆର୍ଟିସ୍‌ ଜରିଆରେ କଳାକୃତି ଓ ସାମଗ୍ରିକ ପରମ୍ପରାକୁ ଆଇପିଏଏଫ୍‌ ଉତ୍ସାହିତ କରୁଛି । ଆମର ବିଶ୍ୱାସ ରହିଛି ଯେ ପାରମ୍ପରିକ କଳାର ଭବିଷ୍ୟତ ଓ ପରଫରମିଂ ଆର୍ଟସ୍‌ ଜରିଆରେ ଏଭଳି କଳାର ପ୍ରସାର ବେଶ ସ୍ୱାଗତଯୋଗ୍ୟ ଏବଂ ସାରା ବିଶ୍ୱ ପାଇଁ ମନୋରଂଜନ ପ୍ରଦାନକାରୀ । ଆଇପିଏଏଫ୍‌ ବାୟୁ ଯୋଗ, ସାଂସ୍କୃତିକ ନୃତ୍ୟ, ଲୋକ କଳା ନୃତ୍ୟ, ଦିବ୍ୟାଙ୍ଗ କଳାକାର ଏବଂ ଉଦୀୟମାନ କଳାକାରମାନଙ୍କୁ ସମର୍ଥନ କରୁଛି । ଏହା ସମୃଦ୍ଧ ଐତିହ୍ୟ ଓ କଳାର ପ୍ରସାର କରୁଥିବା ବେଳେ ବିଶ୍ୱସ୍ତରୀୟ କଳାକାରମାନଙ୍କୁ ମଂଚ ପ୍ରଦାନ କରୁଛି । ବିଶ୍ୱ ସ୍ତରରେ ପରଫରମିଂ ଆର୍ଟସ୍‌ ଜରିଆରେ ଏହା ସମାଜ ଓ ସଂସ୍କୃତିକୁ ଯୋଡୁଛି । ଆଇପିଏଏଫ୍‌ ପକ୍ଷରୁ ସବୁ ରାଜ୍ୟର ରାଜଧାନୀ ଏବଂ ସାଂସ୍କୃତିକ ସହରରେ ଉତ୍ସବ ଆୟୋଜନ କରାଯାଉଛି । ଏହା କାଶ୍ମୀରଠାରୁ କନ୍ୟାକୁମାରୀ ଓ ଇମ୍ଫାଲଠାରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଉତ୍ସବ ଆୟୋଜନ କରି ପରଫରମିଂ ଆର୍ଟସ୍‌ ଓ ଦିବ୍ୟାଙ୍ଗ କଳାକାରମାନଙ୍କ ପ୍ରସାର କରିଛି । ଆଇପିଏଏଫ ଦ୍ୱିତୀୟ ଥର ପାଇଁ ପୁରୀରେ ଉତ୍ସବ ଆୟୋଜନ କରିଛି ।

hiranchal ad1
Leave A Reply

Your email address will not be published.

4 × one =