ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣଲ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଭିଯୋଗ ଶିବିରରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ନିକଟରେ ସମୁଦାୟ ୧୪୨ଟି ଅଭିଯୋଗ ପତ୍ର ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୧୩୭ ଟି, ୫ଟି ସାମୁହିକ ଅଭିଯୋଗ ହୋଇଥିବା ବେଳେ ୧୦୯ ଟି ଅଭିଯୋଗ ପତ୍ରର ତତ୍କାଳୀନ ସମାଧାନ କରାଯା ଥିଲା । ୩୧ ଜଣଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ମୋଟ ଦୁଇ ଲକ୍ଷ ଚଉଦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ୫ ଜଣଙ୍କୁ ହ୍ୱିଲ ଚେୟାର ପ୍ରଦାନ କରାଯାଇଥିଲା । ଉକ୍ତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ବିଡ଼ିଓ ସ୍ୱପ୍ନିତା ନାୟକଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।