ଫୁଲୁଛି ମହାନଦୀ, ହରଭଙ୍ଗା-ଧଳପୁର ଯୋଗାଯୋଗ ବିଚ୍ଛିନ୍ନ

0 84

ହରଭଙ୍ଗା : ମହାନଦୀରେ କୂଳରେ ଥିବା ହରଭଙ୍ଗା ବ୍ଲକର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ଜଳ ନିୟନ୍ତ୍ରଣ କରିବା ପାଇଁ ଡ୍ୟାମ କର୍ତ୍ତୃପକ୍ଷ ଗୋଟିଏ ପରେ ଗୋଟିଏ ଖୋଲୁଥିବାରୁ ମହାନଦୀ ଫୁଲୁଛି । ଫଳରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ନଦୀ କୁଳିଆ ଅଂଚଳ ଚାଷ ଜମି ଗୁଡିକ ତିନି ଦିନ ଧରି ଜଳ ମଗ୍ନ ହେବା ସହିତ ଜଗନ୍ନାଥ ସଡକ ଯାତାୟତ ବାଧାପ୍ରାପ୍ତ ହୋଇଛି । ହରଭଙ୍ଗା ବ୍ଳକର କୃଷ୍ଣମହୋନପୁର ବଲାଟ ସେତୁ ଉପରେ ୪ଫୁଟ ଅଧିକ ବନ୍ୟାଜଳ ପ୍ରବାହିତ ହେବା ସହିତ କରଡ଼ି, ହାଟଗାଁ, ମଙ୍ଗଳପୁର, ଝରାସାହି,ରାମଗଡ଼, ସାମ୍ପୋଚ, ଉଆଁଳ, କଂକଲା, ଧଳପୁର, ବୁଢୀକଣ, ସାକୁସିଙ୍ଗା, ଖଣ୍ଡି ଧଳପୁର, ପାଣିଘରା, ରାଉତପଡା, ହରଭଙ୍ଗା, କୁମାରୀ, ଅଟଲସରା, କୋଡାସିଙ୍ଗ, ତୀରଡ଼,ମାରଡ଼ା ଆଦି ଗ୍ରାମର ଚାଷ ଜମି ଗୁଡିକ ଜଳ ମଗ୍ନରେ ରହିଛି । ଉକ୍ତ ଅଂଚଳରେ ତିନି ଦିନ ଧରି ଚାଷ ଜମି ଜଳ ମଗ୍ନରେ ଥିବା ବେଳେ ରାଜସ୍ୱ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଚାଷୀକୁଳ ଅସନ୍ତୋଷ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

two × one =