ଗେରୁଡୁ ମା’ ପୀଠରେ ଲାଗି ହେଲା ନବାହ୍ନ.,ଏକତ୍ରିତ ହୋଇ ନୂଆଁ ଖାଇଲେ ତିନିଖଣ୍ଡ ମୌଜା ବାସୀ

0 201

ହରଭଙ୍ଗା : ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଉପାନ୍ତ ଅଂଚଳ ତଥା ଜିଲ୍ଲାର ପୂର୍ବ ଶେଷ ସୀମା ଶୀତଳପାଣି ମା’ ଗେରୁଡୁ ଦେବୀ ପୀଠରେ ଆଜି ଦିନ ୨ଘଣ୍ଟା ସମୟରେ ନବାହ୍ନ ଲାଗି ହୋଇଥିଲା । ଗେରୁଡୁ ମା ପୀଠରେ କୁମାରୀ, ଅତଲସରା ଓ ଶୀତଳପାଣି ତିନି ଖଣ୍ଡ ମୌଜାର ଅଧିବାସୀ ଏକତ୍ରିତ ହୋଇ ଏହି କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇକୁ ପାଳନ କରିଥିଲେ । ପ୍ରଥମେ ପୂଜକ ମା ଗେରୁଡି ଦେବୀଙ୍କ ପାଖରେ ନୂଆଁ ଧାନର ନବାହ୍ନ ଲାଗି କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ । ପରେ ଉକ୍ତ ତିନିଖଣ୍ଡ ମୌଜା ବାସି ସମସ୍ତେ ଏକତ୍ରିତ ହୋଇ ନୂଆ ଖାଇଥିଲେ । ଏହି କାର୍ଯ୍ୟକ୍ରମରେ ସଦାନନ୍ଦ ନାଏକ, ଦେହୁରୀ ରବି ବାହୁକ, ସୁରେଶ ଦେହୁରୀ, ପ୍ରକାଶ ଦେହୁରୀ ବିଜ୍ଞାନ ବେହେରା,ସୁଜ୍ଞାନ ବେହେରାଙ୍କ ସମେତ ତିନିଖଣ୍ଡ ମୌଜାବାସୀ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

sixteen − 15 =