ବ୍ଲକ ସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର

0 92

ନନ୍ଦାହାଣ୍ଡି : ଆଜି ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ନନ୍ଦାହାଣ୍ଡି ବ୍ଲକ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍‌ କଳା ଓ ସଂସ୍କୃତି ସଂଘ ମାଧ୍ୟମରେ ବିଭିନ୍ନ ବିଭାଗର ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକୁ ଆଞ୍ଚଳିକ ଭାଷାରେ ସଚେତନ କରାଇବା ହେଉଛି ଆଜିର ମୁଖ୍ୟ ବିଷୟ । ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକମାନେ ସହଜରେ ହୃଦୟଙ୍ଗମ କରିପାରିବେ ଓ ଆଞ୍ଚଳିକ କଳା ଉଦଜୀବିତ ରହି କଳାକାର ମାନେ କିଛି ଅର୍ଥ ରୋଜଗାର ମଧ୍ୟ ପାଇପାରିବେ ବୋଲି ସରକାରଙ୍କ ଏକ ପ୍ରୟାସ । ଆଜିର ଏହି ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରଶ୍ମିତା ମାଝୀ ଯୋଗ ଦେଇଥିବା ବେଳଏ ସମ୍ମାନିତ ଅତିଥି ରୂପେ ବ୍ଲକ ଉପାଧ୍ୟକ୍ଷ ସଦନ ଗୌଡ଼, ବ୍ଳକ୍‌ ଶିକ୍ଷା ଅଧିକାରୀ ପୁଷ୍ପାଞ୍ଜଳି ମହାନ୍ତି, ସହକାରୀ କୃଷି ଅଧିକାରୀ ଅମିତ କୁମାର ମଲ୍ଲିକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରିୟ ଚାନ୍ଦ ମଲ୍ଲିକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହରିହର ବେହେରା, ସମନ୍ୱିତ ଶିଶୁ ବିକାଶ ସେବା ବିଭାଗର ପର୍ଯ୍ୟବେକ୍ଷିକା ମୋନିକା ସରକାର, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଦ୍ୱିତିକୃଷ୍ଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ଅଧିକାରୀମାନେ ନିଜ ନିଜ ବିଭାଗର ଜନ କଲ୍ୟାଣ ଯୋଜନାମାନ ଉପସ୍ଥାପନ କରିଥିଲେ । ଆୟୋଜକ ସାମାଜିକ ସୁରକ୍ଷା ବିଭାଗର ଭାରପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମନୀଷା ରଥ ଓ କାର୍ଯ୍ୟକ୍ରମ ସହାୟକ ବିଚିତ୍ର ଶତପଥୀ ସଞ୍ଚାଳନ କରିଥିବା ବେଳେ କଳାକାର ଭାବେ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ନବୀନ ଚନ୍ଦ୍ର ଭତରା , ନରସିଂହ ତ୍ରିପାଠୀ, ତ୍ରିପତି ମାଳି, ଗୌରହରି ଶତପଥୀ ଓ ବ୍ଲକର ବହୁ ନାଟ୍ୟ କଳାକାର ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ ଆଜି ଓ ଆସନ୍ତାକାଲି ମଧ୍ୟ ଚାଲିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

14 − nine =