ଗାନ୍ଧୀ ଜୟନ୍ତୀରେ ଦଳିତ ବର୍ଗର ୫ ଜଣ ବିଶେଷ ବ୍ୟକ୍ତି ସମ୍ବର୍ଦ୍ଧିତ

0 90

ସମ୍ବଲପୁର: ସମଗ୍ର ଦେଶରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଜୀଙ୍କ ଜୟନ୍ତୀ ମହାସମାରୋହରେ ପାଳନ କରାଯାଉଥିବା ବେଳେ, ସମ୍ବଲପୁରରେ ଭାଜପା ପକ୍ଷରୁ ସ୍ଥାନୀୟ କମିଶନର୍ସ କଲୋନୀ ଗାନ୍ଧୀ ଶିଶୁ ଉଦ୍ୟାନ ସ୍ଥିତ ମହାତ୍ମା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଅନେକ ଦଳିତ ବର୍ଗର କାର୍ଯ୍ୟକର୍ତ୍ତା ତଥା ଅନେକ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ଗାନ୍ଧୀ ଶିଶୁ ଉଦ୍ୟାନ ଠାରେ ଭାରତୀୟ ଜନତା ପାର୍ଟିର ପୂର୍ବତନ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ରତ୍ନ ସୁନାଙ୍କ ଅଧ୍ୟକ୍ଷତାରେ ଏକ ସଭା ହୋଇଥିଲା । ଏହି ଅବସରରେ ପାର୍ଟିର ବରିଷ୍ଠ ନେତା ସୂର୍ଯ୍ୟ ପାଣିଗ୍ରାହୀ ବକ୍ତା ଭାବରେ ଉପସ୍ଥିତ ରହି ଦେଶ ପ୍ରତି ଏହି ମହାନ ବିଭୁତି ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଅବଦାନ ତଥା ତାଙ୍କର ବ୍ୟକ୍ତିତ୍ୱ ବିଷୟରେ ଆଲୋକପାତ କରିଥିଲେ । ଏଥିସହ ଦେଶର ଦଳିତ ଓ ହରିଜନ ବର୍ଗଙ୍କ ପ୍ରତି ରହିଥିବା ଗୁରୁତ୍ୱ ବିଷୟ ଆଲୋଚନା କରିବା ସହ ୧୯୯୩ରେ ତାଙ୍କରି ନେତୃତ୍ୱରେ ଆୟୋଜିତ ୨୦ ହଜାର କିଲୋମିଟରର ହରିଜନ ଯାତ୍ରା ବିଷୟରେ ସୂଚନା ପ୍ରଦାନ କରିଥିଲେ । ଏହି ସଭାରେ ଦଳିତ ବର୍ଗର ପାଞ୍ଚ ଜଣ ବିଶେଷ ବ୍ୟକ୍ତିଙ୍କୁ ସମାଜ ପ୍ରତି ତାଙ୍କର ଉତ୍ସର୍ଗୀକୃତ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ହେଲେ ରାଜଘାଟରେ କାର୍ଯ୍ୟରତ କୋଭିଡ ଯୋଦ୍ଧା ବିକି ଗଣ୍ଡ, ସମ୍ବଲପୁର ମହାନଗର ନିଗମ ଅଂଚଳରେ ନିଷ୍ଠା ସହ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ ମଥାମଣି ମହାକୁର ଓ ବେଡା ସେନ୍ଦରିୟା, ଦୂଲଦୁଲି ବଜାକୁ ଜୀବନ ଭାବରେ ଗ୍ରହଣ କରି ଅନେକ ଯୁବସମାଜଙ୍କୁ ରୋଜଗାର ଯୋଗାଇ ଥିବା ଜୀବନ ସାଗର ଓ ବିଭିନ୍ନ ସାମାଜିକ ସମସ୍ୟା ପାଇଁ ଲଢେଇ ଜାରି ରଖିଥିବା ଆନନ୍ଦ ସୁନା । କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପୂର୍ବତନ ଜିଲ୍ଲା ଉପସଭାପତି ଶ୍ରୀକାନ୍ତ ପାଣିଗ୍ରାହୀ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସବିତା ନନ୍ଦ, ଡାକ୍ତର ପ୍ରଭାସ ଦେବତା, ପୂର୍ବତନ ଜିଲ୍ଲା ସଭାପତି ଗୋବିନ୍ଦ ଅଗ୍ରୱାଲ, ପୂର୍ବତନ ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ମହମ୍ବଦ ଅନୱର ଅଲ୍ଲୀ, ପୂର୍ବତନ ଜିଲ୍ଲା ପଛୁଆବର୍ଗ ସଭାପତି ସରୋଜ ସାହୁ, ଜିଲ୍ଲା ସମ୍ପାଦିକା ରୁନୁ ପ୍ରଧାନ, ପୂର୍ବତନ ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ଦେଓକିରଣ ପଟ୍ଟନାୟକ, ମୁକେଶ ଜରିୱାଲ, ଲକ୍ଷ୍ମୀନାରାୟଣ ସାହୁ, ଅଶୋକ ମେହେର, ବିକାଶ ପଟ୍ଟନାୟକ, କିଶୋର ନାଏକ, ସୁବାଷ ସାହୁ, ଯୋଗେଶ ନନ୍ଦ ତଥା ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

seventeen − 8 =