ସୁବର୍ଣ୍ଣପୁର : ସୋନପୁରର ଆରଧ୍ୟା ଦେବୀ ମା’ ଲଙ୍କେଶ୍ୱରୀଙ୍କ ଦଶହରାରେ ହେବାକୁ ଥିବା ମହାଆଳତି ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମା’ ଲଙ୍କେଶ୍ୱରୀ ବିକାଶ କମିଟିର ସଭାପତି ଜିତେନ୍ଦ୍ର ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସମ୍ପାଦକ ଚନ୍ଦନ ସେଠୀ, କୋଷାଧ୍ୟକ୍ଷ ସିଦ୍ଧାର୍ଥ କୁମାର ସାହୁ, ସଦସ୍ୟ ମୁନା ବାରିକ, ପ୍ଲାବନ ମହାପାତ୍ର, ପବିତ୍ର କୁମାର ସାହୁ, ସୂର୍ଯ୍ୟନାରାୟଣ ବେହେରା, ବୈଦ୍ୟନାଥ ସାହୁ, ଦଶରଥ ତରିଆ , ମାନଭଞ୍ଜନ ସେଠୀ, ବିଭୁଦତ୍ତ ସେଠି, ମାର୍କଣ୍ଡ ତରିଆ, ବିଶ୍ୱଜିତ୍ ବିଦ୍ୟାଧର, ମୁନା ପାଣ୍ଡେ, ହଳଧର ତରିଆ, ଲାଲୁ ସେଠୀ, ବିବେକ ସେଠୀ, ବଳରାମ ତରିଆ, ରାମେଶ୍ୱର ତରିଆ, ସିଦ୍ଧାନ୍ତ ସାହୁ, ରମେଶ ତରିଆ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଆସନ୍ତା ଅକ୍ଟୋବର ୧୪ ତାରିଖରୁ ଅକ୍ଟୋବର ୧୯ ପର୍ଯ୍ୟନ୍ତ ପ୍ରତିଦିନ ଦୁଇଟି ଆଳତି ହେବ ଓ ୧୯ ଅକ୍ଟୋବରରୁ ୨୪ ଅକ୍ଟୋବର ଦଶହରା ପର୍ଯ୍ୟନ୍ତ ପ୍ରତିଦିନ ପାଞ୍ଚଟି ଲେଖାଏଁ ପାଞ୍ଚ ଦିନ ମହାଆଳତି ରହିବ । ତେଣୁ ଏଥିରେ ସୋନପୁରବାସୀ ଉପସ୍ଥିତ ରହି ସହଯୋଗ କରିବାକୁ କମିଟି ପକ୍ଷରୁ ନିବେଦନ କରାଯାଇଛି ।