ଆଠଗଡ ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା

0 62

ଆଠଗଡ: ଆଠଗଡ଼ ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦ ଯାତ୍ରା ଟାଙ୍ଗୀ ଚୌଦ୍ୱାର ବ୍ଲକର କଖଡି ପଂଚାୟତ ଠାରୁ ଆରମ୍ଭ ହୋଇ ମାହାଳପଡ଼ା, କାପ୍ତାବରାଇ, ଘଣ୍ଟିଖାଲ, ନିଧିପୁର, ଜେନାପୁର,ଗୋପାଳପ୍ରସାଦ, ଧୁରୁଷିଆ, ଗଜାମ୍ବ ,ଜଗମୋହନପୁର, କେଉଟପଡା, ବନ୍ଧହଟା, ବାଲିସାହି, କଟକିଆ ସାହି, ବଳରାମପୁର, ଶ୍ୱପେଶ୍ୱର ଠାରେ ଶେଷ ହୋଇଥିଲା । ମଙ୍ଗଳବାର ଦିନଏହି ପଦଯାତ୍ରାକୁ ବିଜୁ ଜନତା ଦଳ ସଭାପତି ରବୀନ୍ଦ୍ର ନାଥ ରାଉତ ଶୁଭାରମ୍ଭ କରିଥିଲେ ଏବଂ ମୁଖ୍ୟ ଅତିଥି ଭାବରେ ଆଦିତ୍ୟ ପ୍ରତାପ ସ୍ୱାଇଁ, ଭାରତ ସର୍ବୋଚ୍ଚ ଅଦାଲତର ଆଇନିଜୀବୀ ତଥା ସମାଜସେବୀ ଯୋଗ ଦେଇ କହିଲେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଆମ ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଚଳିତବର୍ଷ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଦଶଦିନ ବ୍ୟାପି ଜନସଂପର୍କ ପଦଯାତ୍ରା କରାଯିବା ପାଇଁ ଦଳ ତରଫରୁ ନିଷ୍ପତ୍ତି ନିଆଯାଇଛି । ଏହି ପଦଯାତ୍ରାକୁ ସଫଳ କରିବା ଏବଂ ସରକାରଙ୍କ ଜନହିତକର ଯୋଜନା ନିର୍ବାଚନମଣ୍ଡଳୀର ଷାଠିଏ ହଜାର ଚୁଲି ମୁଣ୍ଡ ପାଖରେ ଯଦି ପହଞ୍ଚାଇପାରିବା ତେବେ ବିଜୁ ଜନତା ଦଳ ଏକ ସାମୁହିକ ଆନ୍ଦୋଳନରେ ପରିଣତ ହୋଇପାରିବ । ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସେବାରେ ନିରବଛିନ୍ନ ଭାବରେ ପଚିଶ ବର୍ଷ ଓଡ଼ିଶାବାସୀଙ୍କ ସେବା କରିବା ସହ ସାଢେ଼ ଚାରିକୋଟି ଓଡ଼ିଆଙ୍କ ବିଶ୍ୱାସ ଭାଜନ ହୋଇପାରିଛି ।
ଏହି ପରିପ୍ରେକ୍ଷୀରେ ଆଠଗଡ଼ ବ୍ଲକ ବିଜୁ ଜନତା ଦଳ ତରଫରୁ କଖଡି ଗ୍ରାମ ପଂଚାୟତର ହନୁମାନ ମନ୍ଦିରଠାରେ ଏହାର ଶୁଭାରମ୍ଭ ହୋଇ ଏହି ପଦଯାତ୍ରାରେ ଆଠଗଡ ବ୍ଲକ ତିନି ନମ୍ବର ଜୋନରେ ପହଞ୍ଚିଥିଲା । ଏଥିରେ ପାଞ୍ଚ ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ, ସମିତିସଭ୍ୟ, ଦଳୀୟ ସଭାପତିମାନଙ୍କ ଯୋଗ ଦେଇଥିଲେ ଆଠଗଡ ବିଜୁ ମହିଳା ସଭାନେତ୍ରୀ ଶାନ୍ତିଲତା ବେହେରା, ମାନ୍ୟବର ମନ୍ତ୍ରୀ ଆଠଗଡ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ, କଟକ ଜ଼ିଲ୍ଲା ପରିଷଦର ପୂର୍ବତନ ଉପାଧ୍ୟକ୍ଷ ସୁନୀଲ କୁମାର ପରିଡା , କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସ୍ୱାଇଁ, ବିଜୁ ଯୁବ ଜନତା ସଭାପତି ବିନୋଦ କୁମାର ମାଝୀ, ଛାତ୍ର ଜନତା ସଭାପତି ସତ୍ୟପ୍ରିୟ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ, ଧୁରୁଷିଆ ପଞ୍ଚାୟତ ବିଜୁ ଜନତା ଦଳ ସଭାପତି ତଥା ରାଜ୍ୟ ବିହନ ଜୈବିକ ପ୍ରାମାଣିକ ସଂସ୍ଥାର ନିର୍ଦ୍ଦେଶକ ନିରାକାର ଲେଙ୍କା, ଧୁରୁଷିଆ ସରପଞ୍ଚ ସଂଯୁକ୍ତା ପାଣି, ଘାଣ୍ଟିଖାଲ ସରପଞ୍ଚ ସୁବାଷ ଚନ୍ଦ୍ର ବିଶ୍ୱାଳ, ସମିତିସଭ୍ୟା ରଞ୍ଜୁବାଳା ପ୍ରଧାନ, କଖଡି ସରପଞ୍ଚ କଳ୍ପନା ଛତାର, ସମିତି ସଭ୍ୟ ପ୍ରଦୀପ ମହାନ୍ତି, ବିଜୁ ଜନତା ଦଳ ସଭାପତି ରଞ୍ଜନ ମୁଦୁଲି, କଟକିଆ ସାହି ସରପଞ୍ଚ ମାନସୀ ରାଉତ, ସମିତି ସଭ୍ୟା ପ୍ରତିମା ପ୍ରଧାନ,ମଙ୍ଗୁଳି ଚରଣ ପାଣି, ଶ୍ରୀକର ଜେନା, ବ୍ରହ୍ମାନନ୍ଦ ବିଶ୍ୱାଳ, ହରିବନ୍ଧୁ ପଣ୍ଡା, ଅନ୍ତର୍ଯ୍ୟାମୀ ବେହେରା, ଦେବରାଜ ପ୍ରଧାନ, ଅଶୋକ ରାଉତ, ଅନନ୍ତପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଶକ୍ତିକାନ୍ତ ସାହୁ, ସମିତି ସଭ୍ୟ ସୌମ୍ୟରଞ୍ଜନ ପଣ୍ଡା, ଦିଲ୍ଲୀପ ଛତାର, ନରନ୍ଦ୍ର ସାହୁ ଲକ୍ଷ୍ମୀପ୍ରିୟା ବେହେରା, ହୃଦାନନ୍ଦ ସାମଲ, ବ୍ଲକ ଉପାଧ୍ୟକ୍ଷ ସୁବାଷ ମଲିକ, ନାରୀନେତ୍ରୀ ବାସନ୍ତୀ ରାଉଳ, ସ୍ନେହଲତା ପ୍ରଧାନ, କଟକିଆ ସାହି ପଞ୍ଚାୟତ ପୂର୍ବତନ ସରପଞ୍ଚ ବିପିନି ବିହାରି ସ୍ୱାଇଁ ମେଘା ସମିତି ସଭ୍ୟ ରାଜେଶ ମଲିକ ସମେତ ବ୍ଲକର ପାଖାପାଖି ଏକ ହଜାରରୁ ଉର୍ଦ୍ଧ୍ୱ ଦଳୀୟ କର୍ମୀ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

3 × three =