ଏନରୋଲମେଣ୍ଟ ଫିସ୍‌ ବାବଦକୁ ଅଧିକ ଟଙ୍କା ଆଦାୟ ପ୍ରସଙ୍ଗ, କାରଣ ଦର୍ଶାଅ ନୋଟିସର ସନ୍ତୋଷଜନକ ଉତ୍ତର ନମିଳିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

0 198

ହରଭଙ୍ଗା : ହରଭଙ୍ଗା ବ୍ଳକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ଏନରୋଲମେଣ୍ଟ ଫିସ୍‌ ବାବଦକୁ ଅଧିକ ଟଙ୍କା ଆଦାୟ ପ୍ରସଙ୍ଗକୁ ନେଇ ଏବେ ବିବାଦ ଘେରରେ ଡିଇଓ, ଅଧ୍ୟକ୍ଷ ଓ ଡାଟା ଏଣ୍ଟ୍ରି ଅପରେଟର । ଘଟଣାକୁ ନେଇ ବୌଦ୍ଧ ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର ମହାବିଦ୍ୟାଳୟର ସମ୍ପୃକ୍ତ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ଧୀରେନ୍‌ ସାହୁଙ୍କୁ କାରଣ ଦର୍ଶାଅ ନୋଟିସ୍‌ ମାଗିଥିବା ସୂଚନା ମିଳିଛି । ଏନରୋଲମେଣ୍ଟ ଫିସ୍‌ ବାବଦକୁ ଛାତ୍ରଛାତ୍ରୀଙ୍କ ଠାରୁ ସମ୍ପୃକ୍ତ ଡିଇଓ ନିଜସ୍ୱ କମ୍ପ୍ୟୁଟର୍‌ ପ୍ରଶିକ୍ଷଣ କେନ୍ଦ୍ରରେ ୭୦ ଟଙ୍କା ପରିବର୍ତ୍ତେ ୫୦୦ ଟଙ୍କା ଆଦାୟ କରିଥିଲେ । ଯାହାକୁ ନେଇ ଛାତ୍ରଛାତ୍ରୀ ବୌଦ୍ଧ ଉପଜିଲ୍ଲାପାଳଙ୍କୁ ଗତ ସପ୍ତାହ ଶୁକ୍ରବାର ଦିନ ଅଭିଯୋଗ କରିଥିଲେ । ଶନିବାର ତରବରିଆ ଭାବେ ସମସ୍ତ ଛାତ୍ରଛାତ୍ରୀଙ୍କ ଟଙ୍କା ଡାଟା ଏଣ୍ଟ୍ରି ଅପରେଟର ଧିରେନ ସାହୁ ଫେରସ୍ତ କରିଥିବା ବେଳେ ଉପଜିଲ୍ଲାପାଳ ମହାବିଦ୍ୟାଳୟରେ ପହଂଚି ତଦନ୍ତ କରିବା ସହିତ ସମ୍ପୃକ୍ତ ଡାଟା ଏଣ୍ଟ୍ରି ଅପରେଟର ଧୀରେନ୍‌ ସାହୁଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଦେଇଥିବା ସୂଚନା ମିଳିଛି । ଏହାର୍‌ ଉତ୍ତର ୭ ଦିନ ମଧ୍ୟରେ ଦେବାକୁ ଉପଜିଲ୍ଲାପାଳ ନୋଟିସ୍‌ରେ ଦର୍ଶାଇଛନ୍ତି । ତେବେ ମଙ୍ଗଳବାର ସମ୍ପୃକ୍ତ ଡିଇଓ ଏହାର ଉତ୍ତର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୈଠ କରିଥିବା ବେଳେ ଉପଜିଲ୍ଲା ପାଳ ହାଇକୋର୍ଟ କାମରେ ଯାଇଥିବାରୁ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିବା ପରେ କାରଣ ଦର୍ଶାଅର ଉତ୍ତର ଦେଖିବି ବୋଲି କହିବା ସହ ଯଦି ଉତ୍ତର ସନ୍ତୋଷ ଜନକ ହୋଇନଥାଏ ତେବେ ଡିଇଓ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଥିବା ଜଣାପଡିଛି । ଉକ୍ତ ଘଟଣାକୁ ନେଇ ପୁଣି ଆଜି ଛାତ୍ର ଛାତ୍ରୀ ମାନେ ଧାରଣାରେ ବସିଥିବା ବେଳେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରିଣିଆ ପିଲାଙ୍କୁ ବୁଝାସୁଝା କରିବାରୁ ଧାରଣାରୁ ଛାତ୍ର ଛାତ୍ରୀ ଓହରିଥିବା ଜଣା ପଡିଛି ଓ ଆଗକୁ ଘଟଣାର ମୋଡ଼ କେଉଁଆଡେ ଗତି କରିବ ତାହା ଦେଖିବାକୁ ବାକି ରହିଲା ।

hiranchal ad1
Leave A Reply

Your email address will not be published.

twenty + 16 =