ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀଙ୍କ ଗୁପ୍ତପୂଜା ଆରମ୍ଭ

0 55

ହରଭଙ୍ଗା,୬/୧୦:- ବୌଦ୍ଧଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ପୁରୁଣାକଟକ ବାସିନୀ, ବାଉଁଶବଣର ରାଣୀ ମାଁ ଭୈରବୀଙ୍କ ପୀଠରେ ଶୁକ୍ରବାର ଦିନ ୧୬ ପୂଜା ବା ଖଣ୍ଡା ବସା ପର୍ବ ଆରମ୍ଭ ହୋଇଛି । ଅପରାହ୍ନ ୪ଟା ସମୟରେ ମାଁ ଙ୍କ ପାଟ ଖଣ୍ଡା ଦେହୁରୀଙ୍କ ଘରୁ ବାହାରିବା ସହ ବିଜୟ ପ୍ରତିମା ଘଣ୍ଟଛତ୍ର , ଶଙ୍ଖ, ଢୋଲ, ମହୁରୀ ଧରି ବିରାଟ ପଟୁଆର ଶହ ସେବକ ପୂଜାରୀ ଓ ଭକ୍ତକୁ ନେଇ ସହର ପରିକ୍ରମା କରିବା ପରେ ମାଁ ଙ୍କ ମନ୍ଦିର ରେ ପହଞ୍ଚିଥିଲେ । ତନ୍ତ୍ର ମନ୍ତ୍ର ଯନ୍ତ୍ରର ଶକ୍ତି ପୀ ରେ ୧୬ ଦିନ ପର୍ଯ୍ୟନ୍ତ ଦେବୀଙ୍କୁ ଗୁପ୍ତଭାବେ ପୂଜା କରାଯାଇଥାଏ । ଯାହାକି ଅନ୍ୟ କୌଣସି ଦେବୀ ପୀଠରେ ଦେଖାଯାଇନଥାଏ । ରାତ୍ରର ପ୍ରଥମ ପ୍ରହରରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ମାଁ ଙ୍କ ପାରମ୍ପରିକ ରୀତିନୀତି ଅନୁସାରେ ପୂଜା ହୋଇଥାଏ । ୧୬ ଦିନ ପର୍ଯ୍ୟନ୍ତ ମନ୍ଦିର ପରିସରରେ ଭକ୍ତଙ୍କ ଚଳପ୍ରଚଳ ନିଷିଦ୍ଧ ଥାଏ ଓ ଗୁପ୍ତ ପୂଜା ହୋଇଥାଏ । ଏହି ଦିନ ଏକ ଅନନ୍ୟ ପରମ୍ପରା ପୁଅ ଜିଉଁନ୍ତିଆ ଓଷା । ପୁଅଙ୍କ ମଙ୍ଗଳ ମନାସୀ ମାଁ ମାନେ ପୁଅ ଜିଉନ୍ତିଆ କରିଥାନ୍ତି । ଏହି ପର୍ବ ନିଶାର୍ଦ୍ଧରେ ସଂପୂର୍ଣ୍ଣ ଉପବାସରେ ମାଁଙ୍କ ପୀଠରେ ଢୋଲ ବାଦ୍ୟ ଶୁଭିଲା ପରେ ପୂଜା ଆରମ୍ଭ ହୋଇଥାଏ । ଦୀର୍ଘ ୧୬ ଦିନ ଧରି ଦେବୀ ଦର୍ଶନ ନିଷେଧ ଥିବାରୁ ନବମୀ ଠାରୁ ଦେବୀଙ୍କ କୃପା ଲାଭ କରିବା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଭକ୍ତଙ୍କ ସମାବେଶ ହୋଇଥାଏ । ପ୍ରତିବର୍ଷ ଆଶ୍ୱିନ ମାସରେ ଦେବୀଙ୍କ ଷୋଳ ପୂଜା ସ୍ୱତନ୍ତ୍ର ଓ ବିଶେଷ ରୀତିନୀତିରେ ଅନୁଷ୍ଠିତ ହୋଇଥାଏ । ରାଜାରାଜୁଡା ଅମଳରୁ ଚାଲିଆସିଥିବା ଏହି ଷୋଳପୂଜା ଆଶ୍ୱିନ ମାସ ମୂଳାଷ୍ଟମୀ ତିଥିରୁ ଆରମ୍ଭହୋଇ ଶୁକ୍ଳପକ୍ଷ ମହାଷ୍ଟମୀ ଦିନ ଶେଷ ହୋଇଥାଏ । ପରେ ନବମୀ ଦିନ ଠାରୁ ମାଁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ଏବଂ ବିଜୟା ଦଶମୀରେ ପୀଠେ ଦଶମୀ ପୂଜା ହୋଇଥାଏ ।

hiranchal ad1
Leave A Reply

Your email address will not be published.

eighteen − seventeen =