ଆଠଗଡ ବିଜେଡି ତରଫରୁ ଦୋରଡ଼ ଓ ସଠିଲୋ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା

0 79

ଆଠଗଡ: ଆଠଗଡ ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦ ଯାତ୍ରା ଦୋରଡ଼ ଓ ସଠିଲୋ ପଂଚାୟତରରେ ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାକୁ ଆଠଗଡ ବିଜୁ ଜନତା ସଭାପତି ରବୀନ୍ଦ୍ର ନାଥ ରାଉତ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଭାରତ ସର୍ବୋଚ୍ଚ ନ୍ୟାୟଳୟର୍‌ ଯୁବ ଆଇନଜୀବୀ ତଥା ସମାଜସେବୀ ଶ୍ରୀମାନ ଆଦିତ୍ୟ ପ୍ରତାପ ସ୍ୱାଇଁ ଯୋଗ ଦେଇ ପଦଯାତ୍ରାକୁ ଶୁଭାରମ୍ଭ କରିଥିଲେ । ଆମ ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଚଳିତବର୍ଷ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଅକ୍ଟୋବର ୧୧ ଲୋକ ନାରାୟଣ ଜୟ ପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଦଶଦିନ ବ୍ୟାପି ଜନସଂପର୍କ ପଦଯାତ୍ରା କରାଯିବା ପାଇଁ ଦଳ ତରଫରୁ ନିଷ୍ପତ୍ତି ନିଆଯାଇଛି । ଏହି ପଦଯାତ୍ରାକୁ ସଫଳ କରିବା ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସେବାରେ ନିରବଚ୍ଛିନ୍ନ ଭାବରେ ପଚିଶ ବର୍ଷ ଓଡ଼ିଶାବାସୀଙ୍କ ସେବା କରିବା ସହ ସାଢେ଼ ଚାରିକୋଟି ଓଡ଼ିଆଙ୍କ ବିଶ୍ୱାସ ଭାଜନ ହୋଇପାରିଛି । କେନ୍ଦ୍ର ସରକାର ଓଡିଶା ପ୍ରତି ବାରମ୍ବାର ଅବିଚାର ବିରୋଧରେ ଜନସାଧାରଣମାନଙ୍କୁ ସଚେତନ କରାଯାଇଥିଲା ଏହି ପଦ ଯାତ୍ରା ମଧ୍ୟମରେ । ଆଠଗଡ ବିଜୁ ମହିଳା ସଭାନେତ୍ରୀ ତଥା ଏକ ନମ୍ବର ଜ଼ିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ବେହେରା, କଟକ ଜ଼ିଲ୍ଲା ପରିଷଦର ପୂର୍ବତନ ଉପାଧ୍ୟକ୍ଷ ସୁନୀଲ କୁମାର ପରିଡା ଦୋରଡ଼ ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ଭୋଇ ସମିତି ସଭ୍ୟ ବିଭୁତି ବେହେରା, ସଠିଁଲୋ ସରପଞ୍ଚ ବୀଣାପାଣି ପରିଡା, ସମିତି ସଭ୍ୟ ସୁବାସ ଚନ୍ଦ୍ର ପାଳ, ସୁବାସ ଭୋଇ, ପ୍ରସନ୍ନ ପରିଡା , ଶରତ ଚନ୍ଦ୍ର ପଣ୍ଡା, ସୂର୍ଯ୍ୟ ନାରାୟଣ ପାଳ ସମେତ ଦୁଇ ଗୋଟି ପଂଚାୟତ ରେ ପାଖାପାଖି ଏକ ହଜାରରୁ ଉର୍ଦ୍ଧ୍ୱ ଦଳୀୟ କର୍ମୀ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

14 − 5 =