ଦାଦନ ଶ୍ରମିକଙ୍କ ତାମିଲନାଡୁରେ ମୃତ୍ୟୁ: ସମବେଦନା ଜଣେଇଲା ଆଦିବାସୀ ସଂଘ

0 394

ପାଟଣାଗଡ,୧୨/୧୦:- ଦାଦନ ଦୁଃଖରେ ଜୀବନ ଚାଲିଯିବା ସହ ପରିବାର ଏବେ ବେସାହାରା । ଏମିତି ଲୋମଟାଙ୍କୁରା ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଯୁବା ପଞ୍ଚାୟତର ଡଙ୍ଗରତଲ ଗ୍ରାମରେ । ଡଙ୍ଗରତଲ ଗ୍ରାମର ହେମରାଜ ଧରୁଆ (୪୦)ବିଗତ ଦିନରେ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ଏକ କୁକୁଡ଼ା ଫାର୍ମରେ କାମ କରୁଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଗଲା । କୁକୁଡ଼ା ଫାର୍ମ ମାଲିକ ଶବକୁ ନିଜ ଗାଁକୁ ପଠେଇ ଦେଇଥିଲେ । ଗତ ରାତିରେ ଗାଁ ରେ ଶବ ସତ୍କାର କରାଗଲା । ଏବେ ତାଙ୍କ ସ୍ତ୍ରୀ ବିଶାଖା ଧରୁଆ ସହ ତିନି ଜଣ ଛୋଟ ଛୋଟ ଛୁଆ ବେସାହାରା ହୋଇଯାଇଛନ୍ତି । ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବେଲପଡ଼ା ଶାଖା ପକ୍ଷରୁ ଉପସଭାପତି ଧନିରାମ ମିର୍ଦ୍ଧା, ଗଙ୍ଗାଧର ବରିହା, ଗୁଣନିଧି ବର୍ଗେ, ସତରାମ ମଲ୍ଲିକ,ସନ୍ୟାସୀ ନାଏକ, ଉପେନ୍ଦ୍ର ବାଗ ପ୍ରମୁଖ ମୃତକ ପରିବାର ଓ ମୃତକଙ୍କ ସ୍ତ୍ରୀ ବିଶାଖା ଧରୁଆକୁ ଭେଟି ସମବେଦନା ଜଣାଇବା ସହ ଦୁଇ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । ମୃତକ ପରିବାର ବର୍ଗକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ କରିଛନ୍ତି । ଭବିଷ୍ୟତରେ ମୃତକ ପରିବାର ସହ ଆଦିବାସୀ ସଂଘ ସବୁ ପରିସ୍ଥିତିରେ ଠିଆ ହେବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

20 − 10 =