ଭଡାଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର, ସମସ୍ୟା ସମାଧାନ ପାଇଁ ଦୃଢ ଦାବି

0 187

ତେନ୍ତୁଳିଖୁଣ୍ଟି: ଦୁର୍ଭାଗ୍ୟଜନକ । ଭଡ଼ାଘରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର । ଅଙ୍ଗନବାଡ଼ି ଗୃହ ଥିଲେ ମଧ୍ୟ ତାହା ଦୀର୍ଘ ଅଢେଇ ବର୍ଷ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବାରୁ,ଏଭଳି ଦୟନୀୟ ଓ ବିପଜ୍ଜନକ ଅବସ୍ଥାରେ ଭଡ଼ାଘରେ ଚାଳିଛି କେନ୍ଦ୍ର । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଣ୍ଟାଗାଁ ଗ୍ରାମପଞ୍ଚାୟତ ଅଧିନସ୍ଥ କୃଷ୍ଣଗୁଡା-୧ ଗ୍ରାମରେ । ଏହି ଗ୍ରାମରେ ଥିବା ଅଙ୍ଗନବାଡି ଗୃହ ଆଜକୁ ପ୍ରାୟ ୨ବର୍ଷ ୧୦ ମାସ ହେଲାଣି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ।

hiring

ତେବେ ଏତେବର୍ଷ ଏଭଳି ଅବସ୍ଥାରେ ଥିଲେ ଏହାର ମରାମତି କିମ୍ବା ପୁନଃନିର୍ମାଣ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଏକ ବର୍ଷ ୧୦ ମାସ ଦରି ଘରଭଡ଼ା ଦିଆଯାଇ ନାହିଁ । ତେଣୁ ଘରମାଳିକ ଯେକୌଣସି ମୁହୂର୍ତ୍ତରେ ବଡ଼୍‌ଦ କରିଦେଇପାରେ । ଏହାକୁ ନେଇ ଅଙ୍ଗନବାଡ଼ି କେନ୍ଦ୍ର କର୍ମଚାରୀ ଓ ଅଭିଭାବକ ଚିନ୍ତିତ । ପ୍ରଶାସନ ନିଷ୍କ୍ରିୟତା ସେମାନଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଥିବା ବେଳେ ଅସନ୍ତୋଷ ମଧ୍ୟ ବଢାଉଛି । କୋମଳମତି ଶିଶୁମାନଙ୍କ ହିତକୁ ଦୃଷ୍ଟିରେ ରଖି ସମସ୍ୟା ସମାଧାନ ଦିଗରେ ଅବିଳମ୍ବେ ପଦକ୍ଷେପ ଗ୍ରହଣ କରିବାକୁ ଦୃଢ ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

nineteen − twelve =