ପାଟଣାଗଡ଼ ଏପିଓଙ୍କ ଭଡ଼ା ଘରେ ସେକ୍ସ ରାକେଟ, ଜଣେ ବଙ୍ଗୀୟ ଯୁବତୀଙ୍କ ସହ ଦୁଇ ଗ୍ରାହକକୁ ଗିରଫ କଲା ପୁଲିସ

0 293

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ କାଦୋପଡାରେ ଦେହ ବ୍ୟବସାୟ ନେଇ ପୁଲିସ ଚଢ଼ାଉ କରିଛି । ପାଟଣାଗଡ଼ ବ୍ଳକ ସହକାରୀ ପଞ୍ଚାୟତ ଅଧିକାରୀଙ୍କ ଭଡ଼ା ଘରେ ଉକ୍ତ ସେକ୍ସ ରାକେଟ ଚାଲିଥିବା ବେଳେ ଏଥିରେ ସଂପୃକ୍ତ ଥିବା ଜଣେ ବଙ୍ଗୀୟ ଯୁବତୀଙ୍କ ସହ ଦୁଇ ଜଣ ଗ୍ରାହକକୁ ଗିରଫ କରି ଆଜି ଡାକ୍ତର ମାଇନା ପରେ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପାଟଣାଗଡ଼ ଥାନା ପାଢେଲ ଗାଁର ସମ୍ପଦ ପୋଢ(୩୬) ଓ ବଡପଡାର ପଞ୍ଚା ମେହେର( ୨୮) । ଅନ୍ୟ ପଟେ ବ୍ଳକର ଜଣେ ଅଧିକାରୀ ଭଡ଼ା ରହୁଥିବା ଘରେ ଏପରି ଦେହ ବ୍ୟବସାୟ ଚାଳିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ବଡ଼ବଡ଼ିଆଙ୍କ ସ଼ଂପୃକ୍ତ ଥିବା ଜଣାପଡିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ପାଟଣାଗଡର ଏକ ଲଜରେ ପାଟଣାଗଡ଼ ବ୍ଳକର ଏକ ବଚ୍ଛା ବଚ୍ଛା ଅଧିକାରୀ ବସି କରି ମଦପାନ କରିଥିଲେ । ଆସିଥିବା ବଙ୍ଗୀୟ ଯୁବତୀଙ୍କ ସହ ରାତିରେ ରାସଲୀଳା କରିବାର ଯୋଜନା ଥିଲା । ତେବେ କୌଣସି କାରଣବଶତଃ ବିଲମ୍ବ ହେବାରୁ ଏପିଓଙ୍କ ଭଡା ଘରେ ବଲାଙ୍ଗୀରରୁ ଆଣିଥିବା ବଙ୍ଗୀୟ ଯୁବତୀଙ୍କୁ ରଖିଥିଲେ । ଏନେଇ ଥାନାରେ ଏକ ମାମଲା ରୁଜୁ କରି ପ୍ରଥମେ ତିନିଜଣକୁ ଗିରଫ କରାଯାଇ ତଦନ୍ତ ଚାଲିଥିବା ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତା ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

18 − 4 =